ଖଣ୍ଡପଡ଼ା ସହରରେ ଡିଜିଟାଲ ପଦ୍ଧତିରେ ଗୃହ ଗଣନାର ଶୁଭାରମ୍ଭ

ଖଣ୍ଡପଡ଼ା ସହରରେ ଡିଜିଟାଲ ପଦ୍ଧତିରେ ଗୃହ ଗଣନାର ଶୁଭାରମ୍ଭ

ଖଣ୍ଡପଡ଼ା ୨|୪ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ ଜିଲ୍ଲାରେ ବୁଧବାର ଠାରୁ ଡିଜିଟାଲ ଉପାୟରେ ଗୃହ ଗଣନା କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଛି। ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ କାର୍ଯ୍ଯାଳୟ ପକ୍ଷରୁ ଗୃହ ଗଣନା କାର୍ଯ୍ଯକ୍ରମ ଆରମ୍ଭ ହୋଇଥିବା ବେଳେ ଏନଏସି ଅଧକ୍ଷା ଆରତୀ ପ୍ରଧାନ କାର୍ଯ୍ଯାଳୟ ପରିସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ତଥା ସହରାଞ୍ଚଳ ଜନଗଣନା ଅଧିକାରୀ ଅଭିଷେକ ମିଶ୍ର, ଅତିରିକ୍ତ ଜନଗଣନା ଅଧିକାରୀ ଦେବବ୍ରତ ମିଶ୍ର, ବରିଷ୍ଠ କର୍ମଚାରୀ ଲାଲ ମୋହନ ପଟ୍ଟନାୟକ,ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଅଧିକାରୀମାନେ ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜଙ୍କ ସମେତ ସହରାଞ୍ଚଳର କେତେକ ଜନସାଧାରଣଙ୍କୁ ଭେଟି ଏ ସଂର୍ପକରେ ସବିଶେଷ ତଥ୍ଯ ସଂଗ୍ରହ କରିଥିବା ଜଣାଯାଇଛି।ସରକାରଙ୍କ ନିଷ୍ପତ୍ତିକ୍ରମେ ଜନଗଣନା-୨୦୨୭ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ୧ ଏପ୍ରିଲ ୨୦୨୬ ଠାରୁ ୧୫ ଏପ୍ରିଲ ୨୦୨୬ ରିଖ ମଧ୍ୟରେ ଅନଲାଇନ ପୋର୍ଟାଲ ଜରିଆରେ ସ୍ବ- ଗଣନା କରାଯିବା ପାଇଁ ବ୍ୟବସ୍ଥା ହୋଇଛି।ଡିଜିଟାଲ ଉପାୟରେ ଉପଲବ୍ଧ ସରକାରୀ ଓ୍ବେବ ସାଇଟ ଜରିଆରେ ସମସ୍ତେ ନିଜ ନିଜର ସଠିକ ତଥ୍ୟ ଦେଇ ନାମ ପଞ୍ଜିକରଣ କରିବାକୁ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ସହରବାସୀଙ୍କୁ ନିବେଦନ କରିଛନ୍ତି। 

ବିଶେଷ ଖବର ସୁପ୍ରିୟାଦାଶ