ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିଶାଳ ମଶାଲ ଶୋଭାଯାତ୍ରା
ନମସ୍କାର।
ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ସନ୍ଧ୍ୟାରେ ଏକ ବିଶାଳ ମଶାଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ଯାଏ ଯାଇଥିଲା। ପିସିସି ସଭାପତି, ଏଆାଇସିସି ଓଡ଼ିଶା ଇନ୍-ଚାର୍ଜ, ସିଏଲ୍ପି ନେତା, ଜାତୀୟ ଯୁବକଂଗ୍ରେସ ସଭାପତି ପ୍ରମୁଖଙ୍କ ନେତୃତ୍ବରେ ପ୍ରଦେଶ ଯୁବକଂଗ୍ରେସ ଦ୍ବାରା ଆୟୋଜିତ ଏହି ମଶାଲ ଶୋଭାଯାତ୍ରାରେ ୨ ହଜାର ମଶାଲଧାରୀ ଥିଲେ। ଆାହୁରି ତିନିହଜାର ଯୁବବର୍ଗ ବିନା ମଶାଲରେ ପଦଯାତ୍ରାରେ ସାମିଲ ଥିଲେ।
ନିକଟ ଅତୀତରେ ଏତେ ବଡ଼ ମଶାଲ ଶୋଭାଯାତ୍ରା କେବେ ଭୁବନେଶ୍ବରରେ ହୋଇଥିବା ମୋର ମନେ ନାହିଁ। ତା’ଛଡ଼ା, ଶ୍ରୀ ଗଣ୍ଡ ବିଦା ହେବା ଦରକାର ବୋଲି ଯେ କେହି ସ୍ବୀକାର କରିବେ।
ଏହି ଖବରକୁ କିଛି ଭଲ ଫଟୋ ସହ ପ୍ରମୁଖତାର ସହ ସମସ୍ତ ଗଣମାଧ୍ୟମ ପ୍ରକାଶ କରିବାକୁ ଅନୁରୋଧ।
*-ଅରବିନ୍ଦ*


admin 
