ଗୁରୁ ପୂଜନ ନିମନ୍ତେ ପ୍ରସ୍ତୁତି ବୈଠକ।

ଗୁରୁ ପୂଜନ ନିମନ୍ତେ ପ୍ରସ୍ତୁତି ବୈଠକ।

ଖଣ୍ଡପଡ଼ା, ୨୫|୮(): ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳି ପୁର ପଞ୍ଚାୟତ ଅନ୍ତର୍ଗତ ସୋମନାଥ ଦେବ କଲ୍ୟାଣ ମଣ୍ଡପ ପରିସରରେ "ମୋ ମାଟି ଭାପୁର" ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଆୟୋଜିତ ହେବାକୁ ଥିବା ପଞ୍ଚମ ବାର୍ଷିକ ଗୁରୁଃସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମ ନିମନ୍ତେ ଆଜି ପୂର୍ବାହ୍ନରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ବିଜୟ କୁମାର ତ୍ରିପାଠୀଙ୍କ ସଂଯୋଜନା କ୍ରମେ ଗୁରୁଃସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମର ସଭାପତି ଶିକ୍ଷାବିତ ରବୀନ୍ଦ୍ରନାଥ ପଟ୍ଟନାୟକଙ୍କ ପୌରୋହିତ୍ୟ ରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା।

 ବୈଠକରେ ଭାପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ଷଡ଼ଙ୍ଗୀ, ଅବସରପ୍ରାପ୍ତ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଭାପୁର ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲକ୍ଷ୍ମୀଧର ସାମନ୍ତରାୟ, ଶିକ୍ଷାବିତ ବୈକୁଣ୍ଠନାଥ ଦାସ, ବରିଷ୍ଠ ସଂଗଠକ ନିରଞ୍ଜନ ସୁବୁଦ୍ଧି, ଅବସରପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ସାହୁ, ସମାଜସେବୀ ସନ୍ତୋଷ କୁମାର ତ୍ରିପାଠୀ, କଣ୍ଠଶିଳ୍ପୀ ଯୁଧିଷ୍ଠିର ଖୁଣ୍ଟିଆ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ଯୁବ ସଭାପତି ମନୋରଞ୍ଜନ ବେହେରା ପ୍ରମୁଖ ମଞ୍ଚାସିନ ରହି ଗୁରୁ ପୂଜନ କାର୍ଯ୍ୟକ୍ରମ କିଭଳି ସରସ ସୁନ୍ଦର ଭାବରେ ପାଳନ ହେବ ସେ ସମ୍ପର୍କରେ ନିଜ ନିଜର ମତପ୍ରକାଶ ଦେଇଥିଲେ। ପୂର୍ବ ବର୍ଷ ପରି ଭାପୁର ଓ ଖଣ୍ଡପଡ଼ା ବ୍ଲକ ସମେତ ଏନଏସି ର ସମସ୍ତ ଅବସର ଏବଂ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି।

ସେହିଭଳି କାର୍ଯ୍ୟକ୍ରମକୁ ବଳିଷ୍ଠ ଓ ସରସ ସୁନ୍ଦର କରାଯିବା ପାଇଁ ଅନୁଷ୍ଠାନର ସଦସ୍ୟ ମାନେ ଗୁରୁ ଦାୟିତ୍ୱ ନେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଗୁରୁ ପୂଜନ କାର୍ଯ୍ୟକ୍ରମ ଦୁଇ ବ୍ଲକ ର ମଧ୍ୟ ଭାଗ ବନମାଳି ପୁର ସୋମନାଥ ଦେବ ପଞ୍ଚୁଦୋଳ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ନିଷ୍ପତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଗଠକ ଗୋପାଳକୃଷ୍ଣ ପଣ୍ଡା, ହୃଷିକେଶ ରାଉତ, ସମରେନ୍ଦ୍ର ମହାନ୍ତି, ବୃନ୍ଦାବନ ପଣ୍ଡା, ପ୍ରମୋଦ କୁମାର ସାହୁ, ସୁଦର୍ଶନ ବେହେରା, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଖଣ୍ଡପଡ଼ା ଓ ଭାପୁର ବ୍ଲକର ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ।

ବିଶେଷ ଖବର ନୟାଗଡ ଜିଲ୍ଲା ସ୍ଵନ୍ତ୍ରତ୍ର ପ୍ରତିନିଧି ସୁପ୍ରିୟାଦାଶ