ଚାନ୍ଦବାଲିରେ କିଏ ପିନ୍ଧିବ ଚାନ୍ଦର ମୁକୁଟ

ଚାନ୍ଦବାଲିରେ କିଏ ପିନ୍ଧିବ ଚାନ୍ଦର ମୁକୁଟ

"ଭଦ୍ରକ ରାଜନୀତିରେ ଆରମ୍ଭ ହେବ ଏକ ନୂତନ ଅଧ୍ୟାୟ ।ମୁହାଁ ମୁହିଁ ହେବେ ଭେଟେରାନ୍ ଆଉ ନବାଗତ

ଉଭୟ ବିଜେଡି ଓ ବିଜେପିର ବଡ଼ ନେତାଙ୍କ ବିଗ୍ ଫାଇଟ୍ ଭିତରେ ଫାଇଦା ଉଠାଇବ କି କଂଗ୍ରେସ। ଯାହାକୁ ନେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଜୋରସୋର୍ ରେ ଚର୍ଚ୍ଚା ହେଉଛି। ଅନ୍ୟପଖ୍ୟରେ ଯଦି ନିର୍ବାଚନ ଲଢେଇକୁ ଦେଖିବା ତେବେ ବିଜେପିର ବରିଷ୍ଟ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିଜ ନିର୍ବାଚନ ମଣ୍ଡଳୀ ହେଉଛି ଚାନ୍ଦବାଲି ଯିଏକି ଖୋଦ୍ ଏ ମହମୁକାବୁଲା ରେ ମଇଦାନ କୁ ଓହ୍ଲାଇଛନ୍ତି। ଏପଟେ ତିନି ତିନି ଥର ବିଜେଡିର ବିଧାୟକ ହୋଇଥିବା ତଥା ଚାନ୍ଦବାଲିକୁ ବିଜେଡିର ଗଡ ସଜେଇଥିବା ବ୍ୟୋମକେଶ ରାୟ ମଧ୍ଯ ଏଥର ମଇଦାନରେ ଅଛନ୍ତି ଆଉ ଏହାରି ଭିତରେ ଜଣଙ୍କ ନାଁ ଓ ଚେହେରା ଏବେ ପିଲାଠୁ ବୁଢା ସଭିଙ୍କ ମୁହଁରେ। ହଁ ଦର୍ଶକ ବନ୍ଧୁ ଆପଣ ମାନେ ଠିକ୍ ଶୁଣୁଛନ୍ତି। ଏଥର ପୁରୁଖା ନେତା ଓ ବିଜେଡ଼ିର ଗଡ ଭାଙ୍ଗି ନିଜ ହତାରେ ଚାନ୍ଦବାଲିକୁ ଗଢିବେ କଂଗ୍ରେସ ପ୍ରାର୍ଥୀ ଅମିୟ ମହାପାତ୍ର।ବିଶେଷକରି କୌଣସି ଦୁର୍ଘଟଣା ହେଉ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଘରପୋଡି ହେଉ ପ୍ରଥମେ ସେ ନିଜର ଯୁବ ସହଯୋଗୀଙ୍କୁ ନେଇ ଯେଭଳି ସହାୟତାର ଅପୂର୍ବ ପରମ୍ପରା ସୃଷ୍ଟି କରିଆସିଛନ୍ତି, ତାହା ତାଙ୍କୁ ବିଜୟ ଶିରୋପା ପିନ୍ଧାଇବ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି । କେବଳ ଅପେକ୍ଷା ପ୍ରଚାର୍ ଆଉ ଫଳାଫଳର। ତେବେ ଏଥର ଚାନ୍ଦବାଲିର ଇତିହାସ ରେ ଆସିବ କୀ ପରିବର୍ତ୍ତନ। ବିଜେଡ଼ି ବିଜେପିକୁ ଚକମା ଦେବ କୀ କଂଗ୍ରେସ। ଅଲୋଡ଼ା ହେବେ କି ସଭାପତି ଓ ବିଧାୟକ। ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।