ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଯାଯାବର ୨.୦

*ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଯାଯାବର ୨.୦*
ଆଓ ନେକ୍ସ୍ଟ ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ଏହି ଅବସରରେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସ ରେ ପ୍ରିମିଅର ଶୋ' ହୋଇଥିଲା l ଏହି ଶୋ' କୁ ବିଭିନ୍ନ ବର୍ଗର ଦର୍ଶକ ଦେଖିବାକୁ ଆସିଥିଲେ l ଅଧିକ ସଂଖ୍ୟାରେ ଅନେକ ଗୁଡିଏ ଥିଏଟର ଗ୍ରୁପ ର କଳାକାର, ଲେଖକ ଓ ନିର୍ଦ୍ଦେଶକ ଆସିଥିଲେ l ଅଳ୍ପ ବୟସ୍କ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁଙ୍କ ପରିକଳ୍ପନାକୁ ସମସ୍ତେ ବାଃ ବାଃ ସବାସୀ ଦେଇଥିଲେ l
ଗୋଟିଏ ରାତିର କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି l ତେବେ କାହାଣୀ ଏପରି; ଦୁଇ ଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି l ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ l ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ କଣ୍ଟ୍ରାକ୍ଟ କିଲର ଜଗତର ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଏକ ଅଭୂତ ସଂଯୋଗ ଅଛି, ବିଶେଷ ଭାବରେ ଶ୍ରୀରାମ ପଣ୍ଡା, ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ଯିଏକି ପରେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ l ଜଗତ, ସତ୍ୟବ୍ରତ ପାଇଁ ଗାଡି ଚଳାନ୍ତି l ନିଜର ଅତ୍ୟଧିକ ଦୋଷ ଅନୁଭବ କରି, ଜଗତକୁ ନିଜର ଜୀବନଭର ସଞ୍ଚୟ ଦେଇ ତାକୁ ନିଜର ଜୀବନ ହରାଇବାକୁ ସତ୍ୟବ୍ରତ କୁହନ୍ତି, ଯେତେବେଳେ ଜଗତ ପାର୍ଟ ଟାଇମ ବେଶ୍ୟା, ବାର ନୃତ୍ୟଶିଳ୍ପୀ ଓ ଗାୟିକା ମାନିନୀ ଙ୍କୁ ଭେଟିଲା ପରେ ସବୁକିଛି ବଦଳିଯାଏ l ତେବେ ଆଗକୁ କଣ ହେବ? ଏମିତି ଏକ ରହସ୍ୟରେ ଭରପୁର କାହାଣୀ ହେଉଛି ଯାଯାବର ୨.୦ l
କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଯାଯାବର ୨.୦ ର ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବି. ଏମ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ଵେତା ଆଚାର୍ଯ୍ୟ, ମାନସ ରଞ୍ଜନ ମୁଦୁଲି l ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ପ୍ରତିଭାଶାଳୀ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ l
ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ, ଦେବେଶ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସିମ୍ରନ ଙ୍କ ସମେତ ଯାଯାବର ୨.୦ ର ସମସ୍ତ ମେମ୍ବର ଏହି ପ୍ରିମିଅର ଶୋ' ରେ ଉପସ୍ଥିତ ଥିଲେ l ଦୁଇ ଜଣ ଅଭିନେତାଙ୍କ ଦମଦାର ଅଭିନୟ ସାଙ୍ଗକୁ ନିର୍ଦ୍ଦେଶକଙ୍କୁ ମଧ୍ୟ ହିରୋ ବୋଲି ଅନେକ ଦର୍ଶକ ତାଙ୍କ ପ୍ରତିକ୍ରିୟା ରଖିଥିଲେ l
ତେବେ ପ୍ରେକ୍ଷାଳୟରେ ଫିଲ୍ମ ଦେଖି ନିଶ୍ଚିତ ଭାବେ ଶ୍ରୀରାମ ପଣ୍ଡାଙ୍କୁ ଦର୍ଶକ ମନେ ପକେଇଛନ୍ତି ବୋଲି ପ୍ରଯୋଜକ ପ୍ରକାଶ କରିଥିଲେ l ଯାଯାବର ୨.୦ ର ଆଜିକାଲି ସମୟ ପାଇଁ ଏକ ବହୁତ ଉଚ୍ଚ କୋଟିର ଚିନ୍ତାଧାରା ର ସିନେମା ବୋଲି ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ କହିଛନ୍ତି l