ଚୋରାରେ ବାଲି ଚାଲାଣ ବେଳେ ହାଇଓ୍ବା ଜବତ, ଚାଳକ ଗିରଫ

ଚୋରାରେ ବାଲି ଚାଲାଣ ବେଳେ ହାଇଓ୍ବା ଜବତ, ଚାଳକ ଗିରଫ

ଖଣ୍ଡପଡ଼ା ୬|୫ (ରଜତ ଦାସ୍) ଖଣ୍ଡପଡ଼ା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ତେବେ ମଙ୍ଗଳବାର ରାତିରେ ଏକ ହାଇଓ୍ବା ଯୋଗେ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାଶ ସଦଳବଳେ ଅଚାନକ ଚଢାଉ କରି ଏକ ବାଲି ବୋଝେଇ ହାଇଓ୍ବା ଗାଡିକୁ ବାଣପୁର ନିକଟସ୍ଥ ରାସ୍ତାରୁ ଜବତ କରିବା ସହ ଗାଡି ଚାଳକ ମାନସ ରଞ୍ଜନ ନାୟକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଖଣ୍ଡପଡ଼ା ଥାନାଧିକାରୀ କୃତିବାସ ହରିଚନ୍ଦନଙ୍କ ଠାରୁ ପ୍ରକାଶ। ଏ ସଂର୍ପକରେ ଖଣ୍ଡପଡ଼ା ଥାନାରେ କେସ୍ ନମ୍ୱର୍ ୧୧୮/୨୬ ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।