୩୦ ଗ୍ରାମ ବ୍ରାଉନ ସୁଗର ସହିତ ୪ ଗିରଫ

*ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା*

୩୦ ଗ୍ରାମ ବ୍ରାଉନ ସୁଗର ସହିତ ୪ ଗିରଫ

ବୌଦ୍ଧ:୦୬/୫ ବୌଦ୍ଧ ଜିଲ୍ଲା ଧୀରେ ଧୀରେ ନିଶା କବଳିତ ହେବାକୁ ଯାଉଥିବା ବେଳେ ବୌଦ୍ଧ ପୋଲିସ ପକ୍ଷରୁ ନିଶା କାରବାରକୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ୍ ଗୋୟଲ୍ l ଏହି କ୍ରମରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଆଜି ସକାଳ ୫ ଘଣ୍ଟା ୩୫ ମିନିଟ୍ ସମୟରେ ବ୍ରାଉନ ସୁଗର ଚାଲାଣ ହେଉଥିବା ଵିଶେଷ ସୂତ୍ରରୁ ଖବର ପାଇ ଜଗଦୀଶପୁର ଛକ ଠାରେ ଚଢ଼ାଉ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବ୍ରାଉନ ସୁଗାର ଚାଲାଣ ର ମୁଖ୍ୟ କିଙ୍ଗପିନ୍ ପ୍ରୀତମ ଦେହୁରୀ ଙ୍କ ସହିତ ପ୍ରଦୀପ କୁମାର ସେଠୀ, ବିଶ୍ୱନାଥ ଭୋଇ ଓ ସତ୍ୟବାନ ସିଂ ଙ୍କୁ କାବୁ କରିଥିଲା l ଏହା ସହିତ ସେମାନଙ୍କ ନିକଟରୁ ବ୍ରାଉନ ସୁଗର ସିଲ୍ ହୋଇଥିବା ୪ ଗୋଟି କାଗଜ ପୁଡିଆ , ଫୋଲ୍ଡିଙ୍ଗ୍ ଛୁରୀ, ମାଟି ଚିଲମ, କାଗଜ ଖାମ୍ ଓ ୧୫୦୦ ଟଙ୍କା ଜବତ କରିଥିବା ଏସପି ମହୋଦୟ ସୂଚନା ଦେଇଥିଲେ l ବ୍ରାଉନ ସୁଗାରର ଚାଲାଣ ର ମୁଖ୍ୟ କିଙ୍ଗପିନ୍ କୁହାଯାଉଥିବା ପ୍ରୀତମ ଦେହୁରୀ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରୁ ଆଣି ବୌଦ୍ଧ ଜିଲ୍ଲାର ସ୍ଥାନୀୟ ନିଶା ଅପପ୍ରୟୋଗ କରି ମାନଙ୍କ ପାଖରେ ପହଞ୍ଚାଉଥିବl ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋୟଲ୍ ପ୍ରକାଶ କରିଥିଲେ l ବୌଦ୍ଧ ପୋଲିସ ଜିଲ୍ଲାରେ ନିଶା କାରବାରକୁ ରୋକିବା ପାଇଁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ବେଳେ ପୋଲିସ ର ଏହି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିଥିବା ଜଣାପଡିଛି l