ବାଲେଶ୍ୱର  ଜିଲ୍ଲା ପ୍ରଶାସନ ଦ୍ବାରା "ନାରୀ ଶକ୍ତି ବନ୍ଦନ" ସଚେତନତା ସଭାଯାତ୍ରା ସମ୍ପନ୍ନ ହେଲା.

ବାଲେଶ୍ୱର  ଜିଲ୍ଲା ପ୍ରଶାସନ ଦ୍ବାରା "ନାରୀ ଶକ୍ତି ବନ୍ଦନ" ସଚେତନତା ସଭାଯାତ୍ରା ସମ୍ପନ୍ନ ହେଲା.

 

ବାଲେଶ୍ୱର,ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ  ତାରିଖ - ୧୫/୦୪/୧୦୨୬

   ଆଜି ବାଲେଶ୍ୱର ପ୍ରଶାସନ ଦ୍ବାରା ପୂର୍ବାହ୍ନ ୯.୦୦ ଘଟିକା ସମୟରେ "ନାରୀ ଶକ୍ତି ବନ୍ଦନ" ସଚେତନତା ସଭାଯାତ୍ରା ଆୟୋଜିତ ହୋଇଥିଲା । ଆଗାମୀ ଦିନରେ ଖୁବ୍ ଶୀଘ୍ର  ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ସଂସଦରେ ପାରିତ ହେବ । ଏହା ଦ୍ବାରା ନାରୀ ମାନେ ସାଧାରଣ ନିର୍ବାଚନରେ ୩୩% ସଂରକ୍ଷଣ ପାଇପାରିବେ । ଏହା ଭାରତ ସରକାରଙ୍କ ନାରୀ ମାନଙ୍କ ପ୍ରତି ଏକ ସୁପରିକଳ୍ପିତ ଚିନ୍ତାଧାରା ।

   ଏହି ସଭାଯତ୍ରା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରୁ ବାହାରି ଆୟୁଷ୍ମାନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ହୋଇଥିଲା । ଏଠାରେ ଆଜିକାର ମୁଖ୍ୟ ଅତିଥି ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା  ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଓ ମାନ୍ୟବର ବିଧାୟକ ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ପତାକା ହଲାଇ ସଭାଯତ୍ରା କୁ ଆରମ୍ଭ କରିଥିଲେ । ଏହି ସମୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ନାରୀ ନେତ୍ରୀ ଶ୍ରୀମତୀ ମମତା ମହାପାତ୍ରଙ୍କ  ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

    ଏହା ନାରୀ ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ । ଏହି ସଭାଯାତ୍ରା ରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ସାମିଲ ଥିଲେ । ନାରୀ ମାନଙ୍କର ସଶକ୍ତିକରଣ ଉପରେ ନାରା ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ।

   ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ସଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହା ଏକ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ପୁରୁଷ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କଲାପରେ ସେମାନେ ମଞ୍ଚ ତଳେ ବସିଥିଲେ । କେବଳ ନାରୀ ଶକ୍ତି ହିଁ ମଞ୍ଚାସୀନ ଥିଲେ । ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସ�