ଚୋରା ବିଦ୍ୟୁତ ଓ ରାଜରାସ୍ତାକୁ କାଟି ମେଡିକାଲ ଗୃହ ନିର୍ମାଣ। .
ଚୋରା ବିଦ୍ୟୁତ ଓ ରାଜରାସ୍ତାକୁ କାଟି ମେଡିକାଲ ଗୃହ ନିର୍ମାଣ। .
ମାଲକାନଗିରି ମାଥିଲି,୦୬,୦୫ ସରକାରୀ ମେଡିକାଲ ନିର୍ମାଣ କାର୍ଯ୍ୟରେ ଚୋରା ବିଦ୍ୟୁତ ସହିତ ବେନିୟମ ଭାବରେ ରାଜରାସ୍ତାକୁ କାଟି ନିକଟସ୍ଥ ପୋଖରୀ ରୁ ଡିଜେଲ ପାଣି ମୋଟର ସହିତ ବିଦ୍ୟୁତ ଚାଳିତ ମୋଟର ଏହିପରି ଦୁଇଟି ମୋଟର ଲଗାଇ ପୋଖରୀରୁ ପାଣି ଉଠାଇ ଚାଲିଛି ମେଡିକାଲ ନିର୍ମାଣ।ଗାଁ ଲୋକେ ପ୍ରତିବାଦ କରିବାରୁ ଗାଁ ଲୋକଙ୍କୁ ଡରେଇ ଧମକାଇ ଜୋର ଜବରଦସ୍ତ କାର୍ଯ୍ୟ କରୁଛି ସମ୍ପୃକ୍ତ ଠିକାଦାର ଜଣକ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତ ସଦର ଗ୍ରାମରେ ନୂତନ ପ୍ରାଥମିକ ଚିକିତ୍ସାଳୟ ର ନୂତନ ଗୃହ ନିର୍ମାଣ କାର୍ଯ୍ୟ କିଛି ମାସ ପୂର୍ବରୁ ଆରମ୍ଭ ହୋଇ ଏବେ ଛାତ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇ ସାରିଲାଣି।ମେଡ଼ିକାଲ ର ନୂତନ ଗୃହ ନିର୍ମାଣ ଆରମ୍ଭ ଦିନ ଠାରୁ ଚୋରା ବିଦ୍ୟୁତ ରେ ପାଣି ମୋଟର ଠାରୁ ଆରମ୍ଭ କରି କୋଠା ନିର୍ମାଣ କାର୍ଯ୍ୟର ସମସ୍ତ ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏଠି ପ୍ରଶ୍ନ ଉଠୁଛି ଯେ ଏତେ ଦିନ ହେବ କାର୍ଯ୍ୟ ଚାଲୁଥିବା ଖବର ବିଦ୍ୟୁତ ବିଭାଗ ପାଖରେ କିପରି ଖବର ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେବୀ ବିଦ୍ୟୁତ ଖୁଣ୍ଟରୁ ସଂଯୋଗ ହୋଇଛି ଜଣେ ବିଦ୍ୟୁତ ବିଭାଗର ଅଭିଜ୍ଞ କର୍ମଚାରୀ ନହେଲେ କେବେ ହେଲେ ବିଦ୍ୟୁତ ଖୁଣ୍ଟରୁ ବିଜୁଳି ତାର ସଂଯୋଗ ସମ୍ଭବ ନୁହେଁ ବୋଲି ଅନୁମାନ କରାଯାଉଛି।ଯାହା ସନ୍ଦେହ ଘନୀଭୂତ ହେଉଛି ଯେ ସମ୍ପୃକ୍ତ ଠିକାଦାର ଓ ବିଦ୍ୟୁତ ବିଭାଗର ମଧୁଚନ୍ଦ୍ରିକା ରେ ଏହି ସବୁ କାର୍ଯ୍ୟ ନୁହେଁ ତ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସାଧାରଣ ଲୋକଙ୍କ ମନରେ।ଚୋରା ବିଦ୍ୟୁତ ଓ ରାଜରାସ୍ତାକୁ କାଟିବା ଘଟଣାର ଖବର କିଛି ଗଣମାଧ୍ୟମ ପ୍ରତିନିଧିମାନେ ଜାଣିବା ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ବିଭାଗୀର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ମହାରଣା ଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ଟାଟା ବିଦ୍ୟୁତ କମ୍ପାନୀ ର ଏନ୍ଫୋସମେଣ୍ଟ ର ଅଧିକାରୀ ସୁଶୀଲ କୁମାର ଙ୍କୁ ଅବଗତ କରାଇଥିଲେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ମହାରଣା।ଆଜି ସକାଳୁ ସକାଳୁ ଏନ୍ଫୋସମେଣ୍ଟ ର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଠିକାଦାର ଅମିତ କୁମାର ବଳ ଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଜୟପୁର ସ୍ଥିତ ଏନ୍ଫୋସମେଣ୍ଟ କାର୍ଯ୍ୟାଳୟ ରୁ ବିଦ୍ୟୁତ ଚୋରି ତଦନ୍ତ ରିପୋର୍ଟ ପାଇଲା ପରେ କେତେ ଆର୍ଥିକ ଜୋରିମାନା ପଡିବ ବୋଲି ଏନ୍ଫୋସମେଣ୍ଟ ଅଧିକାରୀ ସୁଶୀଲ କୁମାର ଆମକୁ ସୂଚନା ଦେଇଛନ୍ତି।ଏହା ସହ ସମ୍ପୃକ୍ତ ଠିକାଦାର ଅମିତ କୁମାର ପୂର୍ତ୍ତି ବିଭାଗର ମାଥିଲି-କାଳିଆଗୁଡା ରାସ୍ତା କୁ ଦଳପତି ଗୁଡା ଠାରେ ବିନ ଆଦେଶ ରେ ମନ ଇଛା ମଝି ରାସ୍ତା କାଟି ନିକଟରେ ଥିବା ପୋଖରୀରୁ ଦୁଇଟି ମୋଟର ମାଧ୍ୟମ ରେ ଦୁଇଟି ପାଇପ ପକାଇ ପାଣି ନେଇ ମେଡ଼ିକାଲ ଗୃହ ନିର୍ମାଣ କରୁଛି ବୋଲି ଦେଖିବାକୁ ମିଳିଛି।ଆମେ ପୁର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ସମ୍ଭବ ହୋଇ ପାରିଲା ନାହିଁ।ସେଥିପାଇଁ ପୁର୍ତ୍ତ ବିଭାଗର ମତାମତ ମିଳି ପାରି ନାହିଁ।ଏହି ଘଟଣାଟିକି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରି ସମ୍ପୃକ୍ତ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବଶେଷ ଖବର .