ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମସ୍ତ  ବିଭାଗ ର ସମୀକ୍ଷା କଲେ ଜ଼ିଲ୍ଲାପାଳ  .

ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମସ୍ତ  ବିଭାଗ ର ସମୀକ୍ଷା କଲେ ଜ଼ିଲ୍ଲାପାଳ  .

ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମସ୍ତ  ବିଭାଗ ର ସମୀକ୍ଷା କଲେ ଜ଼ିଲ୍ଲାପାଳ 

ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା  ଜ଼ିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମସ୍ତ କାର୍ଯ୍ୟାଳୟ ର ସମୀକ୍ଷା କରିଥିଲେ l ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ତିନୋଟି ସ ବିଷୟରେ ଦିଗଦର୍ଶନ ଦେଇଥିଲେ l ସେ ଗୁଡିକ ହେଲା ସମୟାନୁବର୍ତ୍ତୀତା, ନିଜକୁ ସୁଧାରିବା, ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ସରକାରୀ ଅଧିକାରୀ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ବିଭିନ୍ନ ଆଶ୍ରମ ସ୍କୁଲ କୁ ବାରମ୍ବlର ପରିଦର୍ଶନ କରିବା ସହ ଅଧିକାରୀ ମାନେ ନିଜ ଟୁର ପ୍ରୋଗ୍ରାମ ରେ ସାମିଲ କଲେ ଏବଂ କମ ବୟସ ର ଝିଅ ଙ୍କୁ ସଚେତନ କଲେ ନାବାଳିକା ମାତୃତ୍ୱ ର ଗୋଟିଏ କେଶ ମଧ୍ୟ ଆମ ଜ଼ିଲ୍ଲା ରେ ବାହାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l ସମୟ ମଧ୍ୟରେ ଗ୍ରୀଭନସ ଗୁଡିକ ର ତ୍ୱରିତ ସମାଧାନ, ଏପ୍ରିଲ ମାସ ରୁ ଅଧିକାରୀ ମାନେ ଓଶ୍ୱାସ ରେ ଫାଇଲ କରିବା, ନିଜ ବ୍ୟବହାର ର ପରିବର୍ତନ, ନିଜ ର ଆତ୍ମ ସମୀକ୍ଷା କରିବା, ସୂଚନା ଅଧିକାର  ଆଇନ ଅନୁସାରେ ଠିକ ସମୟ ମଧ୍ୟରେ ଠିକ ସୂଚନା ପ୍ରଦାନ କରିବା,ବିଧl ନ ସଭା କାର୍ଯ୍ୟକାଳ ସମୟ ରେ  ଶୀଘ୍ର ଉତ୍ତର ପ୍ରଦାନ କରିବା,ଗଛ ଲଗାଇବା ଓ ତାର ଯତ୍ନ ନେବା, ପ୍ରଦୂଷଣ କୁ ନିୟନ୍ତ୍ରଣ ରେ ରଖିବା, ଜନ ଶୁଣାଣୀ ର ତ୍ୱରିତ ସମାଧାନ, କ୍ୟାସବୁକ, ଲଗବୁକ ଠିକ ରେ ଲେଖିବା, ପେନସନ ଠିକ ହିସାବ ରେ ପ୍ରଦାନ ପାଇଁ ପଦକ୍ଷେପ ନେବା,ଖର୍ଚ୍ଚ ହୋଇ ନ ଥିବା ବକେୟା ଟଙ୍କା ସରକାର ଙ୍କୁ ଫେରାଇବା ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ର କେଶ ଗୁଡିକ ର ସବିଶେଷ ତଥ୍ୟ ବିଷୟରେ ପଚାରି ବୁଝିବା ସହ ଆଗକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କ ଗସ୍ତ ଥିବାରୁ ଶୀଘ୍ର ସମସ୍ତ କାମ କୁ ଅପଡେଟ କରିବା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ସମୀକ୍ଷା ସମୟ ରେ ଉପ - ଜ଼ିଲ୍ଲାପାଳ ପ୍ରବୀଣ କୁମାର ବlଣୁଆ  ମଧ୍ୟ ଉପସ୍ଥିତ ସମସ୍ତ ଅଧିକାରୀ, ସେକ୍ସନ ଅଫିସର, ବରିଷ୍ଠ ତଥା କନିଷ୍ଠ ରାଜସ୍ୱ ସହାୟକ, ସହାୟକ  ମାନଙ୍କୁ ଠିକ ହିସାବ ରେ କାମ କରିବା ପାଇଁ ତାଗିଦ କରିଥିଲେ l ଉପସ୍ଥିତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ଡେପୁଟି କଲେକ୍ଟର,ସହକାରୀ ଜ଼ିଲ୍ଲାପାଳ ଏବଂ ସମସ୍ତ କର୍ମଚାରୀ ଏ ସବୁ ପରାମର୍ଶ ଏବଂ ତାଗିଦ ର ଅନୁପାଳନ କରିବା ପାଇଁ ମତବ୍ୟକ୍ତ କରିଥିଲେ l