ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ
ନୟାଗଡ ୧୧ ।୦୯ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହରେ ଆଞ୍ଚଳିକ ପରିବହନ ପ୍ରାଧିକରଣ , ନୟଗଡଙ୍କ ଆନୁକୂଲ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟି ଟାସ୍କ ଫୋର୍ସ ବୈଠକ ହୋଇଯାଇଛି । ଏହି ବୈଠକ ରେ ଜିଲ୍ଲାପାଳ ମଧୁମିତା ରଥ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ଶୁଭେନ୍ଦୁ କୁମାର ପାତ୍ର ଙ୍କ ଉପସ୍ଥିତି ରେ ସଡ଼କ ଦୁର୍ଘଟଣା ର କାରଣ ଗୁଡ଼ିକ ଉପରେ ବିଶ୍ଳେଷଣ କରାଯାଇ ତାହାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ପୋଲିସ୍,ଆଞ୍ଚଳିକ ପରିବହନ ଅଧିକାରୀ ଓ ପୌରପାଳିକା ବିଭାଗ ର ମିଳିତ ସହଯୋଗ ରେ ଅବୈଧ ପାର୍କିଂ ବିରୁଦ୍ଧରେ ଜଏଣ୍ଟ ଏନଫର୍ସମେଣ୍ଟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।
ଦୁର୍ଘଟଣା ପ୍ରବଣ ନୟାଗଡ଼ ବାଇପାସ୍ ରେ ଆଲୋକ ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ NH ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୌରାଞ୍ଚଳରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ରାସ୍ତା କଡ଼ରେ ଅବୈଧ ଭାବରେ ବସିଥିବା ବେପାରୀ ମାନଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ପୌରପାଳିକା ବିଭାଗର ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମଦ୍ୟପାନ,ବିନା ହେଲମେଟ ଓ ମୋବାଇଲ ବ୍ୟବହାର କରି ଗାଡ଼ି ଚଳାଉଥିବା ଚାଳକ ମାନଙ୍କ ଉପରେ କଡ଼ା ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ସମସ୍ତ ସଦସ୍ୟ, ଜିଲ୍ଲା ଅଧିକାରୀ ବୃନ୍ଦ,ଘରୋଇ ବସ୍ ମାଲିକ ସଂଘ,ଟ୍ରକ୍ ମାଲିକ ସଂଘ,ବରିଷ୍ଠ ନାଗରିକ ସଂଘ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗ ଦାନ କରିଥିଲେ। ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ବିଭୂରଞ୍ଜନ ନାଏକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ଆଶୋକ କୁମାର ସ।ଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
