କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଓ ମେଢ଼ ଲଟେରି ଉଠାଣ ଅନୁଷ୍ଠିତ।

କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଓ ମେଢ଼ ଲଟେରି ଉଠାଣ ଅନୁଷ୍ଠିତ।

ଶାନ୍ତି, ଶୃଙ୍ଖଳା, ସୁରକ୍ଷିତ ଓ ପ୍ଲାଷ୍ଟିକମୁକ୍ତ ପୂଜା ପାଳନ ଉପରେ ଗୁରୁତ୍ୱ.

କେନ୍ଦ୍ରାପଡ଼ା: ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ, ସୁରକ୍ଷିତ ଓ ସୁରୁଖୁରୁରେ ପାଳନ କରିବା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଓ ମେଢ଼ ଲଟେରି ଉଠାଣ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପୂଜାର ସୁପରିଚାଳନା, ଭସାଣି ଶୋଭାଯାତ୍ରାର ମାର୍ଗ ଓ କ୍ରମ ନିର୍ଦ୍ଧାରଣ, ଟ୍ରାଫିକ୍‌ ପରିଚାଳନା ଏବଂ ବିଭିନ୍ନ ପୂଜା କମିଟି ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ପୂଜାକୁ ପରିବେଶ ଅନୁକୂଳ ଓ ପ୍ଲାଷ୍ଟିକମୁକ୍ତ ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଲଟେରି ଉଠାଣ ମାଧ୍ୟମରେ ପୁରୁଣା ବସ୍‌ଷ୍ଟାଣ୍ଡରୁ କେଶପୁର ଅଭିମୁଖେ ଯିବାକୁ ଥିବା ମେଢ଼ ଏବଂ ପୁରୁଣା ବସ୍‌ଷ୍ଟାଣ୍ଡରୁ ନୂଆ ବସ୍‌ଷ୍ଟାଣ୍ଡ ଅଭିମୁଖେ ଯିବାକୁ ଥିବା ମେଢ଼ଗୁଡ଼ିକର କ୍ରମ ନିର୍ଦ୍ଧାରଣ କରାଯାଇଥିଲା।

୧. ପୁରୁଣା ବସ୍‌ଷ୍ଟାଣ୍ଡରୁ କେଶପୁର ଅଭିମୁଖେ ଯିବାକୁ ଥିବା ମେଢ଼ର କ୍ରମ

ଲଟେରି ଉଠାଣ ଅନୁଯାୟୀ ଏହି ମାର୍ଗରେ ମେଢ଼ଗୁଡ଼ିକର କ୍ରମ ନିମ୍ନଲିଖିତ ଭାବେ ସ୍ଥିର କରାଯାଇଥିଲା।

୧. ବ୍ୟାସ ସରୋବର ପୂଜା କମିଟି, ସାନ୍ତସାହି

୨. ରାଧାକୃଷ୍ଣ ପୂଜା କମିଟି, ସାନ ମଙ୍ଗଳା

୩. ଲକ୍ଷ୍ମୀ ନାରାୟଣ ପୂଜା କମିଟି, ଜଇପୁରା

୪. ଲକ୍ଷ୍ମୀ ନାରାୟଣ ପୂଜା କମିଟି, ଭଗେଶ୍ୱରପୁର

୫. ଶ୍ରୀୟା ଚଣ୍ଡାଳୁଣି ପୂଜା କମିଟି, ଏକଣାଖଣ୍ଡି

୬. ବାଣୀ ମଙ୍ଗଳା ପୂଜା କମିଟି, ବଡ଼ ମଙ୍ଗଳା

୭. ଗଜଲକ୍ଷ୍ମୀ ପୂଜା କମିଟି, ନସଡ଼ିପୁର

୮. ଶନି ଲକ୍ଷ୍ମୀ ପୂଜା କମିଟି, ଟାଉନ ବଳରାମପୁର

୯. ନେତାଜୀ ୟୁଥ୍‌ କ୍ଲବ୍‌, ଟାଉନ ବଳରାମପୁର

୧୦. କାଞ୍ଚି ଅଭିଯାନ ପୂଜା କମିଟି, ସୁନ୍ଦରାପାଳ

୧୧. ବୀର ହନୁମାନ ପୂଜା କମିଟି, କନିଆଯୋର

୧୨. ରାମସୀତା ପୂଜା କମିଟି, ସାନ୍ତସାହି

୧୩. ନନ୍ଦିଘୋଷ ପୂଜା କମିଟି, ଟାଉନ ବଳରାମପୁର

୧୪. ଗଜଲକ୍ଷ୍ମୀ କେଶପୁର ବଜାର ପୂଜା କମିଟି

୧୫. ସୁନାଇଲ ପୂଜା କମିଟି, ସୁନାଇଲ

୧୬. ଗୋପୀନାଥ ପୂଜା କମିଟି, ତଳବାରଙ୍ଗ

୧୭. କନ୍ଦରାସୁର ପୂଜା କମିଟି, ମନକରପୁର

୧୮. ହରପାର୍ବତୀ ପୂଜା କମିଟି, ଟାଉନ ବଳରାମପୁର

୧୯. ରୋହିଣୀ ଗାଈ ପୂଜା କମିଟି, ଅଯୋଧ୍ୟାନଗର

୨୦. ଗଜଲକ୍ଷ୍ମୀ ପୂଜା କମିଟି, ଗୋପ

୨୧. ଅଭୟା କ୍ଲବ୍‌, ନସଡ଼ିପୁର

୨୨. ମଳେଶ୍ୱର ପୂଜା କମିଟି, ମନକରପୁର

୨. ପୁରୁଣା ବସ୍‌ଷ୍ଟାଣ୍ଡରୁ ନୂଆ ବସ୍‌ଷ୍ଟାଣ୍ଡ ଅଭିମୁଖେ ଯିବାକୁ ଥିବା ମେଢ଼ର କ୍ରମ

ଏହି ମାର୍ଗରେ ଲଟେରି ଉଠାଣ ଅନୁଯାୟୀ ମେଢ଼ଗୁଡ଼ିକର କ୍ରମ ନିମ୍ନପ୍ରକାର ସ୍ଥିର କରାଯାଇଥିଲା।

୧. ମା’ ଥାନପତି କ୍ଲବ୍‌, ନୂଆ ବସ୍‌ଷ୍ଟାଣ୍ଡ

୨. ମା’ କାକଟ ମଙ୍ଗଳା କ୍ଲବ୍‌, କାକଟ

୩. ଦ୍ରୌପଦୀ ବସ୍ତ୍ରହରଣ, ମୀରପାଟଣା

୪. ମହିପାଳ ପୂଜା କମିଟି

୫. ଗୁଲନଗର ଗଜଲକ୍ଷ୍ମୀ ପୂଜା କମିଟି

୬. ଗଙ୍ଗା ଭାଗୀରଥି ପୂଜା କମିଟି, ମଢ଼ିଆଳ

୭. ବଳଗଣ୍ଡି ପୂଜା କମିଟି

୮. ବଣିଆମାଳ ପୂଜା କମିଟି

୯. କାଞ୍ଚି ଅଭିଯାନ ପୂଜା କମିଟି

୧୦. ମାଛ ମାର୍କେଟ ପୂଜା କମିଟି, ପୁରୁଣା ବସ୍‌ଷ୍ଟାଣ୍ଡ

୧୧. ଅନ୍ନପୂର୍ଣ୍ଣା କ୍ଲବ୍‌, ଚାଟଣାପାଟଣା

୧୨. ପୌରସଂସ୍ଥା ଗଜଲକ୍ଷ୍ମୀ ପୂଜା କମିଟି

୧୩. ସୂର୍ଯ୍ୟ ସାଗରିକା ପୂଜା କମିଟି

୧୪. ଗଜ ଉଦ୍ଧାରଣ ପୂଜା କମିଟି

୧୫. ଖଡ଼ିଅଙ୍ଗ ପୂଜା କମିଟି

୧୬. ନବଗୁଞ୍ଜର ପୂଜା କମିଟି, ଲକ୍‌ ରୋଡ୍‌

୧୭. କଜଳା ପୂଜା କମିଟି

୧୮. ଗରାପୁର ପୂଜା କମିଟି

୧୯. ମହାବୀର ପୂଜା କମିଟି, ବଡ଼ହାଟ

୨୦. ଶିବସେନା କ୍ଲବ୍‌, କାକଟ

୨୧. ବିମ୍ବଳାଇ ପୂଜା କମିଟି

୨୨. ସଦ୍‌ଭାବନା କ୍ଲବ୍‌, ଲ’ କଲେଜ

୨୩. ଜୟଗୁରୁ କ୍ଲବ୍‌, କାକଟ

୨୪. ଶିବଶକ୍ତି କ୍ଲବ୍‌, ମାଧପୁର

୨୫. ମା’ ବୁଢ଼ୀ ବାସୁଳାଇ ପୂଜା କମିଟି

୨୬. ଗଣପତି କ୍ଲବ୍‌, ବଣିଆସାହି

୨୭. ପୁରୁଣା ବସ୍‌ଷ୍ଟାଣ୍ଡ ପୂଜା କମିଟି ସ୍ଥିର

ପୂଜା କମିଟିଗୁଡ଼ିକର ସକ୍ରିୟ ସହଯୋଗ ଓ ପ୍ରଶାସନିକ ସମନ୍ୱୟ ମାଧ୍ୟମରେ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଭସାଣି ଶୋଭାଯାତ୍ରା ସମୟରେ ନିର୍ଦ୍ଧାରିତ ମାର୍ଗ ଓ କ୍ରମ ଅନୁସରଣ କରିବା, ଟ୍ରାଫିକ୍‌ ନିୟମ ପାଳନ କରିବା, ସାଧାରଣ ଜନତାଙ୍କ ଯାତାୟାତରେ ଅସୁବିଧା ନକରିବା ଏବଂ ପ୍ରଶାସନର ନିର୍ଦ୍ଦେଶାବଳୀକୁ ମାନିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ପୂଜାରେ ସମ୍ପୂର୍ଣ ପ୍ଲାଷ୍ଟିକ୍‌ ବ୍ୟବହାରକୁ ଏଡ଼ାଇ ପରିବେଶ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକମୁକ୍ତ ପୂଜା ପାଳନ ଦିଗରେ ସମସ୍ତ ପୂଜା କମିଟି ଓ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା।

ବୈଠକରେ କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ,ଜିଲ୍ଲାପାଳ ରଘୁରାମ ଆର ଆୟର,ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ନାୟକଙ୍କ ସମେତ ବିଭିନ୍ନ ଲାଇନ୍‌ ବିଭାଗର ଅଧିକାରୀ ଓ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗ, ପୂଜା କମିଟି ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି, ସଦ୍‌ଭାବନା, ଭାଇଚାରା ଓ ପରିବେଶ ସୁରକ୍ଷାର ବାର୍ତ୍ତା ସହ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସଂଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା