ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ
ନୟାଗଡ଼, ତା.୧୦. ନୟାଗଡ଼ ଏନ. ଏ ସି .ହାଇସ୍କୁଲ ପରିସରର ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ-୨୦୨୬ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୩,୦୦,୬୭୮ ଜଣ ଶିଶୁ ଓ କିଶୋର-କିଶୋରୀଙ୍କୁ ଅଲବେଣ୍ଡାଜୋଲ୍ ବଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ଏହି ଔଷଧ ସେବନ କରାଯାଇଥିବା ବେଳେ, ଯେଉଁମାନେ କୌଣସି କାରଣବଶତଃ ବଟିକା ଖାଇବାରୁ ବଞ୍ଚିତ ହେବେ, ସେମାନଙ୍କୁ ଆସନ୍ତା ୧୭.୦୮.୨୦୨୬ ରିଖରେ ଅନୁଷ୍ଠିତ ହେବାକୁ ଥିବା ମପ୍-ଅପ୍ (Mop-up) ରାଉଣ୍ଡରେ ସାମିଲ କରାଯାଇ ଔଷଧ ଦିଆଯିବ।ଏହି ଶୁଭାରମ୍ଭ ସମାରୋହରେ ଅତିଥି ଭାବେ ଏଡିପିଏଚ୍ଓ-ଡିସି (ADPHO-DC) ଡକ୍ଟର ନୌସାଦ ଅଲ୍ଲୀ ଖାନ, ଏଡିପିଏଚ୍ଓ-କୁଷ୍ଠ (ADPHO-Leprosy) ଡକ୍ଟର ରଜତ ବେହେରା, ଡିଏମଆରସିଏଚ (DMRCH) ଆଶିଷ କୁମାର ମହାନ୍ତି ଏବଂ ଏଡିପିଏଚସିଓ (ADPHCO) ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିଶୁମାନଙ୍କ ସୁସ୍ଥ ଓ ନିରୋଗ ଭବିଷ୍ୟତ ପାଇଁ କୃମିନାଶକ ବଟିକାର ଆବଶ୍ୟକତା ସମ୍ପର୍କରେ ଏହି ଅବସରରେ ସଚେତନତା ସୃଷ୍ଟି କରାଯାଇଥିଲା।
ଆଶୋକ କୁମାର ସ।ଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
