ଝାଞ୍ଜି ଖରା ରୁ ଆଶ୍ବସ୍ତି ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ "ଗୁଡ଼ ପଣା" ବଣ୍ଟନ l

ଝାଞ୍ଜି ଖରା ରୁ ଆଶ୍ବସ୍ତି ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ "ଗୁଡ଼ ପଣା" ବଣ୍ଟନ l

 ଆମ ଓଡିଶା ମାଟି ସଂସ୍କୁତି ଓ ପରମ୍ପରା ର ମାଟି ଅଟେ l ଏବେ ଗ୍ରୀଷ୍ମ ପ୍ରବାହ ସାରା ଓଡିଶା ରେ ବଢ଼ି ଚାଲିଛି l ସାଧାରଣ ଜନତା ଠୁ ଆରମ୍ଭ କରି ପଶୁ ପକ୍ଷୀ ମଧ୍ୟ ଗ୍ରୀଷ୍ମ ପ୍ରବାହ ରେ କବଳିତ l ଏଥିରୁ ଆଶ୍ୱସ୍ତି ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ର ପଣା ବଣ୍ଟନ କରାଯାଉଛି l ଏଥିରେ ଆମ୍ବ ରସ, ସପୁରି ରସ, ବେଲ ପଣା, ପାନ ମଧୁରୀ ସରବତ, ପୁଦିନା ପାଣି, ଲେମ୍ବୁ ପାଣି ଇତ୍ୟାଦି ଇତ୍ୟାଦି l ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ନମ୍ବର ବ୍ଲକ ରାସ୍ତା ଅନୁଷ୍ଠିତ ହେଉଛି l ଏହା ଦୀର୍ଘ ଦୁଇ ମାସ ଧରି ଚାଲୁ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି l ପଶୁ ମାନଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନ ରେ ପାଞ୍ଚ ଗୋଟି ଜଳ କୁଣ୍ଡ ର ବ୍ୟବସ୍ଥା କରାଯାଇଛି l ଆଜି ବୃଷ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡିଶା ର ପାରମ୍ପରିକ "ଗୁଡ଼ ପଣା" ବଣ୍ଟନ କରାଯାଇଛି l ଏହି ପଣା ରେ ଗୁଡ଼, ନଡ଼ିଆ, ପାନ ମଧୁରୀ, ଗୁଜୁରାତି, ଲୁଣ, ବରଫ, ଗୋଲମରିଚ ଓ ପାଣି ର ସମ୍ମିଶ୍ରଣ ଥିଲା l ଗ୍ରୀଷ୍ମ କାଳୀନ ସମୟରେ ଏହା ଶରୀର ପାଇଁ ବହୁତ ଉପାଦେୟ ବୋଲି ବୟସ୍କ ମାନେ ମତ ଦେଇଥିଲେ l କିଛି ବୃଦ୍ଧ ବୃଦ୍ଧା ମାନେ ଏହି ପଣା ପିଇ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଆଜି ର କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ସୁରେନ୍ଦ୍ରନାଥ ଶତପଥି,, ଗୌରାଙ୍ଗ ନାୟକ, ରଞ୍ଜନ ସାହୁ, ଯୋଗେନ୍ଦ୍ର ଜେନା, ଜଗବନ୍ଧୁ ଦାସ, କୁନି ସେବକ ସୋମ୍ୟ ରଞ୍ଜନ ପୃଷ୍ଟି ଓ ହରିଚନ୍ଦନ କର ଉପସ୍ଥିତ ଥିଲେ l

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା