ବୌଦ୍ଧରେ ମହିଳା ସଂରକ୍ଷଣ ଦାବିରେ କଂଗ୍ରେସ ପକ୍ଷରୁ ନାରୀ ନ୍ୟାୟ ମଶାଲ ଶୋଭାଯାତ୍ରା

ବୌଦ୍ଧରେ ମହିଳା ସଂରକ୍ଷଣ ଦାବିରେ କଂଗ୍ରେସ ପକ୍ଷରୁ ନାରୀ ନ୍ୟାୟ ମଶାଲ ଶୋଭାଯାତ୍ରା

ବୌଦ୍ଧ:୧୪/୫(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ସହରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ଦେଶ ବାସୀଙ୍କୁ କରୁଥିବା ବିଭ୍ରାନ୍ତ ବିରୋଧରେ ନାରୀ ନ୍ୟାୟ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ୍ କଲିମ୍ ଖାଁଙ୍କ ନେତୃତ୍ବରେ ଓ ତତ୍ୱାବଧାନରେ ବୌଦ୍ଧ ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ନିକଟରୁ ଦଳୀୟ କର୍ମକର୍ତ୍ତା ଓ ମହିଳା ମାନେ ନାରୀ ନ୍ୟାୟ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଶୋଭାଯାତ୍ରା ଶହୀଦ ଛକ, ଥାନା ସାମ୍ନା, ପୁରୁଣା ଡେଲି ମାର୍କେଟ ଛକ, ଭୈରବୀ ଛକ, ଗାନ୍ଧୀ ଛକ ଦେଇ ବାଘ ଗୁଡ଼ା ଛକ ନିକଟରେ ପହଞ୍ଚି ଥିଲା l ଦେଶର ସମସ୍ତ ବିଧାନ ସଭା, ଲୋକସଭା ଓ ରାଜ୍ୟ ସଭାରେ ମହିଳା ମାନଙ୍କ ପାଇଁ 33% ସ୍ଥାନ ସଂରକ୍ଷଣ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କଂଗ୍ରେସ ଛାମୁଆ ସଂଗଠନର କର୍ମକର୍ତ୍ତା ମାନେ ସାମିଲ୍ ହୋଇଥିଲେ |