ଡ଼ାକ୍ତରଙ୍କ ଅବହେଳାରୁ ପ୍ରସୂତ୍ତି ମହିଳାଙ୍କ ମୃତ୍ୟୁ, ଡ଼ାକ୍ତରଖାନାରେ ଚାପା ଉତ୍ତେଜନା  

ଡ଼ାକ୍ତରଙ୍କ ଅବହେଳାରୁ ପ୍ରସୂତ୍ତି ମହିଳାଙ୍କ ମୃତ୍ୟୁ, ଡ଼ାକ୍ତରଖାନାରେ ଚାପା ଉତ୍ତେଜନା  

ଡ଼ାକ୍ତରଙ୍କ ଅବହେଳାରୁ ପ୍ରସୂତ୍ତି ମହିଳାଙ୍କ ମୃତ୍ୟୁ, ଡ଼ାକ୍ତରଖାନାରେ ଚାପା ଉତ୍ତେଜନା  

       ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ନୟାଗଡ ବାଲୁଗାଁ ଗ୍ରାମର ବିଜେପି ନେତା ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ବାଇଁ। ସେ ପ୍ରସବ ପାଇଁ ଗତକାଲି ରାତିରେ ଡାକ୍ତରଖାନା ଆସିଥିଲେ ଡାକ୍ତର ତାଙ୍କୁ ଚିକିତ୍ସା କରି ନଥିଲେ। ଦୀର୍ଘ ସମୟ ଧରି ପ୍ରସବ ବେଦନାରେ ଛଟପଟ ହେବାପରେ ମମତାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖା ଦେଇଛି। ଡ଼ାକ୍ତରଙ୍କୁ ଗିରଫ ଦାବିରେ ଶହ ଶହ ଲୋକ ଡାକ୍ତରଖାନା ପରିସରରେ ରୁଣ୍ଡ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ ଙ୍କ , ୩ ଜଣ ଡିଏସପି ସମେତ ୫ ଜଣ ଇନ୍ସପେ୍ଟର ଓ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା , ରଣପୁର ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା, ବିଜେପି ନେତା ସନ୍ତୋଷ ପ୍ରଧାନଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତି ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଭାର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ଆଲୋଚନା ଚାଲିଛି।
        ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର