ତ୍ରିନାଥ ସାହୁଙ୍କ ଦ୍ଵାଦଶାହରେ ସୃତି ଚାରଣ ସଭା, ବିଧାୟକଙ୍କ ସମେତ ଯୋଗଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି
ଭାପୁର, ୨/୮ () ନୟାଗଡ ଜିଲ୍ଲା ଭାପୁର ବ୍ଳକ ୧୯ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁଙ୍କ ପିତା ତଥା ଭାପୁର ସରପଞ୍ଚ ସୁରେଖା ସାହୁଙ୍କ ସ୍ୱାମୀ ସ୍ବର୍ଗତ ତ୍ରିନାଥ ସାହୁ (୭୫)ବର୍ଷ ବୟସରେ ବୁଧବାର ରାତି ପ୍ରାୟ ୧୧.୨୦ ମିନିଟରେ ଭୁବନେଶ୍ୱରସ୍ଥିତ ବାସଭବନରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ଶୁଣ୍ଢୀ ସମାଜ ଓ ଭାପୁର ବଣିକ ସଙ୍ଘ, ଗ୍ରାମର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବେଳେ ଧର୍ମ ପରାୟଣ, ପରୋପକାରୀ, ସମାଜସେବୀ, ମିଷ୍ଠ ଭାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ରବିବାର ଦିନ ଦ୍ଵାଦଶାହ ଅବସରରେ ଏକ ଶ୍ରୁତିସଭା ଓ ଭଜନ ସମାରୋହ ତାଙ୍କ ଭାପୁରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସଭାରେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପ୍ରେସ କ୍ଲବ ସଭାପତି ରଞ୍ଜନ ମହାପାତ୍ର, ସମ୍ପାଦକ ଶିଶିର କୁମାର ସାହୁ, କୋଷାଧକ୍ଷ ବିରଞ୍ଚି କୁମାର ନାୟକ, ପ୍ରେସ କ୍ଲବର ସମସ୍ତ ସଦସ୍ୟ, ଶୁଣ୍ଡୀ ସମାଜର ସଭାପତି ବାବୁଲି ସାହୁ, ସମ୍ପାଦକ ସଉରୀ ସାହୁ, ବଜାର କମିଟି ସମ୍ପାଦକ ସନାତନ ସାହୁ, ଆତ୍ମାର ଅଧ୍ୟକ୍ଷ ଶଶୀଭୁଷଣ ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତୈଳ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ. ଏହି ଅବସରରେ ବିଧାୟକ ଶ୍ରୀ ସ୍ୱାଇଁ କହିଥିଲେ ଏପାରି ମହାନ ବ୍ୟକ୍ତିଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ସର୍ବଦା ଅପୂରଣୀୟ ହୋଇ ରହିବ. ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ପରିଡ଼ା ତାଙ୍କ ବକ୍ତବ୍ୟରେ କହିଥିଲେ ସ୍ବର୍ଗତ ସାହୁ ଜଣେ ସମାଜସେବୀ, ମିଷ୍ଟଭାଷୀ, ପରୋପକରୀ ଓ ଜଣେ ଉତ୍ତମ ବ୍ୟକ୍ତି ଭାବେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟର ପାତ୍ର ଥିଲେ. ପ୍ରଭୁ ପରଂବ୍ରହ୍ମ କଳା ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଭାପୁରର ପ୍ରତିଷ୍ଠାତା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ମନୋଜ କୁମାର.
ଭାପୁରବ୍ଲକ ପ୍ରତିନିଧି କାମଦେବ ଲେଙ୍କା ଙ୍କ ରିପୋର୍ଟ ବିଶେଷ ଖବର


admin 
