ଦୀର୍ଘ ୫ ଦିନ ହେବ ଅଜଣା ବ୍ୟକ୍ତି ଖରାରେ ଘୁରି ବୁଲୁଛନ୍ତି .

ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଛକ ବିଶ୍ରାମଗାର ରେ ଦୀର୍ଘ ୫ ଦିନ ହେବ ଅଜଣା ବ୍ୟକ୍ତି ଖରାରେ ଘୁରି ବୁଲୁଛନ୍ତି ା ସେ କେବଳ ଏକୁଟିଆ ବିଶ୍ରାମଗାର ମଧ୍ୟରେ ବସୁଛନ୍ତି ା ଖାଇବାକୁ ଦେଲେ ଖାଉ ନାହାନ୍ତି କାହାକୁ କିଛି ନ ମାଗି ଭୋକ ଉପାସରେ ରହୁଥିବା ଦେଖିବାକୁ ମିଳିଛି।ଭୋକ ହେଲେ ନଳକୂପ ରୁ ପାଣି ପିଇ ପୁଣି ଵସି ରହୁଛନ୍ତି। ତାଙ୍କୁ ଯାହା ପଚାରିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନାହାନ୍ତି ା ା ତେଣୁ ଏଭଳି ଜଣେ ଅଜଣା ବ୍ୟକ୍ତି ରହସ୍ୟମୟ ଭାବେ ବିଶ୍ରାମଗାର ରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଯଦି ସେ ଜଣେ ଅସହାୟ କିମ୍ବା ନୀରିହ ହୋଇଥିବେ ତେବେ ବିିଭିନ୍ନ ଯୋଜନା ଅନୁସାରେ ତାଙ୍କୁ ସରକାରୀ ସହାୟତା ମଧ୍ୟ ଯୋଗାଇଦେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ପୋଲିସ ଓ ପ୍ରଶାସନ ଏହି ବ୍ୟକ୍ତିଙ୍କୁ ତାଙ୍କର ବିଭିନ୍ନ ତଥ୍ୟ ଓ ଠିକଣା ବୁଝି ପରିବାରକୁ ହସ୍ତାନ୍ତର କରିବା କଥା । କିନ୍ତୁ ପ୍ରଶାସନ ଏଥିପ୍ରତି ଅଣଦେଖା କରୁଥିବା ଜଣାପଡ଼ିଛି। ସହୃଦୟ ବ୍ୟକ୍ତିମାନେ ଵହୁ ମାତ୍ରାରେ ସୋସିଆଲ ମିଡିଆ ସାହାଯ୍ୟରେ ଘର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବାକୁ ଅନୁରୋଧ।