ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।,

ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।,

ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।, ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀ ଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ବଜାର ଓ ଖଇରା ଥାନା ଅନ୍ତର୍ଗତ ଧୋବାଗଡ଼ିଆ ଛକ, ଗାନ୍ଧୀ ଛକ ଓ ଶରତ ଗ୍ରାମରେ ଚଢ଼ାଉ କରାଯାଇ ୩୦ ଲିଟର ଦେଶୀ ମଦ, ୧୫.୮୪୦ ଲିଟର ବିଦେଶୀ ମଦ ଓ ୧୫.୬୦୦ ଲିଟର ବିଅର ଜବତ କରାଯିବା ସହିତ ଅନ୍ତରା ଗ୍ରାମର କମଳାକାନ୍ତ ବେହେରା, ଗଗନଧୂଳି ଗ୍ରାମର ମହେନ୍ଦ୍ର ପୁଣ୍ଟି, ଶରତ ଗ୍ରାମର ଭାଗିରଥି ପାତ୍ର ଏବଂ ଧୋବାଗଡ଼ିଆ ଗ୍ରାମର ସୁଶାନ୍ତ କୁମାର ଦାସ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।