ନବ ଚୌଧୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଢିପି ରେ ଜାତୀୟ ସେବା ଯୋଜନା (NSS) ୟୁନିଟ୍ ର “ନିଶାମୁକ୍ତ ଯୁବ – ବିକଶିତ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନବ ଚୌଧୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଢିପି ରେ  ଜାତୀୟ ସେବା ଯୋଜନା (NSS) ୟୁନିଟ୍ ର “ନିଶାମୁକ୍ତ ଯୁବ – ବିକଶିତ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ ୦୯।୧୦ ନବ ଚୌଧୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଢିପି, ନୟାଗଡ଼ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ପକ୍ଷରୁ ଅନୁଷ୍ଠାନର ପୋଷ୍ୟ ଗ୍ରାମ କେନ୍ଦୁଢିପିଠାରେ “ନିଶାମୁକ୍ତ ଯୁବ – ବିକଶିତ ଭାରତ” ଶୀର୍ଷକରେ ଏକ ଦିବସୀୟ ଶିବିର ଓ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ କରିବା ଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ କେନ୍ଦୁଢିପି ଗ୍ରାମରେ ଏକ ସଚେତନତା ରାଲି ଆୟୋଜନ କରିଥିଲେ। ରାଲି ମାଧ୍ୟମରେ ଗ୍ରାମବାସୀଙ୍କୁ ନିଶା ସେବନର ଭୟାବହ ପରିଣାମ ବିଷୟରେ ସଚେତନ କରାଯାଇଥିଲା। ଏଥିସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବାକୁ ଆହ୍ୱାନ ଦିଆଯାଇଥିଲା।

ରାଲି ପରେ କେନ୍ଦୁଢିପି ଗ୍ରାମ ପଞ୍ଚାୟତ ନିକଟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ନବ ଚୌଧୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୋଗଦାନ କରି ସଭାପତିତ୍ୱ କରିଥିଲେ। ସେ ନିଜ ଅଭିଭାଷଣରେ ନିଶାମୁକ୍ତ ସମାଜ ଗଠନ ପାଇଁ ଶିକ୍ଷାନୁଷ୍ଠାନ, ପରିବାର ଓ ସମାଜର ସମସ୍ତ ସଦସ୍ୟଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ ମଧ୍ୟ ନିଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି ଅଭିଯାନ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରସାର କରାଯାଇଥିଲା। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହି ଦେଶର ବିକାଶରେ ସକାରାତ୍ମକ ଯୋଗଦାନ ଦେବାକୁ ଆହ୍ୱାନ ଦିଆଯାଇଥିଲା।

ଶେଷରେ ଏକ ସୁସ୍ଥ, ସୁରକ୍ଷିତ ଓ ବିଦ୍ୟାସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତେ ନିଶାମୁକ୍ତ ଜୀବନଯାପନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏନ୍ ଏସ ଏସ ୟୁନିଟ୍‌ର ଏହି ପ୍ରୟାସ ସମାଜରେ ସଚେତନତା ବୃଦ୍ଧି କରିବା ସହ “ନିଶାମୁକ୍ତ ଯୁବ – ବିକଶିତ ଭାରତ” ଲକ୍ଷ୍ୟ ପୂରଣ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଥିଲା ବୋଲି ଉଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ନାରାୟଣ ଚୌଧୁରୀ ପ୍ରକାଶ କରିଛନ୍ତି  

ଆଶୋକ କୁମାର ସାଥୁଆ, ଜିଲ୍ଲା ପ୍ରତିନିଧି ନୟାଗଡ଼