ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ।

ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ।

ବ୍ରହ୍ମପୁର, କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ 04 ତାରିଖ ରୁ ଏପ୍ରିଲ 08ତାରିଖ ଯାଏଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉପଯୁକ୍ତ ବୟସlନୁସାରେ ଶିଶୁଙ୍କ ନାମ ଶିଶୁବାଟିକା ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖାହୋଇଥିଲା l ଏହି ତିନିଦିନ ନିମନ୍ତେ ଉଦ୍ଧିଷ୍ଟ ଶ୍ରେଣୀ କାର୍ଯ୍ୟ ଗୁଡିକ ଶିଶୁମାନଙ୍କୁ ନେଇ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାରାଣୀ ସାହୁ, ସହକାରୀ ଶିକ୍ଷୟିତ୍ରୀ ବୃନ୍ଦ,smc ଅଧ୍ୟକ୍ଷା, ସଭ୍ୟ /ସଭ୍ୟା, ତଥା ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା l