*ପଟ୍ଟାମୁଣ୍ଡାଇର ଗଣପର୍ବ ଦୁର୍ଗାପୂଜାରେ ଝଲସୁଛି ପୁରା ସହର* ତା-୨୦-୧୦-୨୦୨୬,କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ,
ତା-୨୦-୧୦-୨୦୨୬,କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ,
ଆଙ୍କର--//କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏବେ ଚାଲିଛି ଅଞ୍ଚଳର ଗଣପର୍ବ ଦୁର୍ଗାପୂଜାର ମାହୋଲ।ଷଷ୍ଠୀ ଠୁ ଆରମ୍ଭ ହୋଇଥିବା ପୂଜା ଏବେ ଶିଖରରେ।ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।ସକାଳୁ ମଣ୍ଡପ ମାନଙ୍କରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଛି।ଢାକ, ଢୋଲର ଶବ୍ଦରେ କମ୍ପୁଛି ପୁରା ପରିବେଶ।ପଟ୍ଟାମୁଣ୍ଡାଇ ସହର ସମେତ ଆଖପାଖ ଗାଁ ମାନଙ୍କରେ ମଧ୍ୟ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।ରାତିରେ ରଙ୍ଗୀନ ଆଲୋକରେ ଝଲସୁଛି ପୁରା ସହର।ସହର ମଧ୍ୟରେ ବଡ଼ ବଡ଼ ତୋରଣ ଓ ଲାଇଟ୍ ତୋରଣ ବେସ୍ ମନଲୋଭା ହୋଇଛି।ପୂଜାକୁ ନେଇ ରାମମନ୍ଦିର ଯଂଗ୍ୟ ପଡିଆରେ ମିନା ବଜାର ଓ ମେଳାର ଆୟୋଜନ ହୋଇଛି। ଛୋଟ ପିଲାଙ୍କ ଠୁ ବୟସ୍କ ଯାଏଁ ସମସ୍ତେ ମଜା ନେଉଛନ୍ତି।ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ଦୁର୍ଗାପୁଜାରେ ଜଳପରି ଦେଖିବାକୁ ବେଶ୍ ଭିଡ ଜମୁଛି।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଟ୍ଟାମୁଣ୍ଡାଇ ର ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଟ୍ରାଫିକ ବ୍ୟବସ୍ତା କୁ କଡି କରିଛନ୍ତିା ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଦ୍ଵନ୍ଦ ସ୍ରୁଷ୍ଟି ହୋଇନାହିଁ l ସମସ୍ତ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନ କୁ ବଜାର ମଝିକୁ ଛଡ଼ା ଯାଉ ନାହିଁ ଲ
କେନ୍ଦ୍ରାପଡ଼ା ର ବିଧାୟକ ଗଣେଶ୍ଵର ବେହେରା ଓ ବିଜେପି ର ବରିଷ୍ଠ ନେତ୍ରୀ ଗୀତାଞ୍ଜଳି ସେଠୀ, ସାରଦା ପ୍ରସାଦ ରାଉତ, ସୁଜାତା ବାରିକ, ଉପେନ୍ଦ୍ର ନାୟକ, ସନ୍ତୋଷ ସ୍ଵାଇଁ, ଅଭୟ ଜେନା ଓ ପ୍ରମୁଖ ସମସ୍ତ ମଣ୍ଡପ କୁ ଯାଇ ଦର୍ଶନ କରିଥିଲେ l ଏବଂ ନୀଳକଣ୍ଠପୁର ରେ ଏକ ନିଆରା ଢଙ୍ଗ ରେ ଦୁର୍ଗା ପୂଜା ପାଳନ କରାଯାଉଛି ଏବଂ ଭକ୍ତ ମାନେ ତାଙ୍କ ମାନସିକ ପୂରଣ ପାଇଁ ମୁଣ୍ଡରେ ଝୁଣା ପୋଡି ନିଜର ମାନସିକ ପୂରଣ କରୁଛନ୍ତି l
ଦଶହରା ଯାଏଁ ଏଭଳି ଉତ୍ସବର ମାହୋଲ ଲାଗି ରହିବ।ସନ୍ଧ୍ୟାରେ ଲକ୍ଷ୍ୟାଧିକ ଲୋକଙ୍କ ଭିଡ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ସହର ମଧ୍ୟକୁ ଅପରାହ୍ନ ୩ ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ମଟରସାଇକଲ ଓ ଚାରିଚକିଆ ଗାଡ଼ି ପ୍ରବେଶ ନିଷେଧ କରାଯାଇଛି।
କେନ୍ଦ୍ରାପଡା ରୁ ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍
ବିଶେଷ ଖବର


admin 
