ଶାନ୍ତି ଓ ଶୃଙ୍ଖଳା ରେ ଚାଲିଛି ରାଜନଗର ରେ ଦୁର୍ଗାପୂଜା ଓ ନୂତନ ଆଇଆଇସି ଙ୍କୁ ଧନ୍ୟବାଦ ଦେଲେ ରାଜନଗର ର ବୁଦ୍ଧିଜୀବୀ।
ପାର୍ବଣକୁ ଦୃଷ୍ଟିରେ ରଖ୍ ରାଜନଗର ଥାନା ଅଧିକାରୀ ରତିରଞ୍ଜନ ନାୟକଙ୍କ ନିର୍ଦ୍ଦେଶକ୍ରମେ ସବ୍-ଇନ୍ସପେକ୍ଟର ଅବିନାଶ ନାଥଙ୍କ ସମେତ ପୁଲିସ କର୍ମଚାରୀମାନେ ରାଜନଗର ବଜାର ରେ ହେଉ ଥିବା ଭିଡ କୁ ଦେଖି ପୁଲିସ ଟିମ୍ ସଜାଗ ରହିଛି।
।ରାଜନଗର ବଜାର ରେ ହେଉଥିବା ଦୁର୍ଗାପୂଜା ରେ ବହୁ ପଞ୍ଚାୟତ ର ଜନସାଧାରଣ ଙ୍କ ସମାଗମ ହୁଏ।ଏଥି ପାଇଁ ରାଜନଗର ଥାନା ର ଆଇଆଇସି ରତି ରଞ୍ଜନ ନାୟକ କିଛି ଦିନ ତଳେ ବହୁ ଜୁଆ ଆଡ୍ଡା ,ଚୋରମଦ ଉପରେ ଚଢ଼ାଉ ଜାରି ରଖି ଥିଲେ। ଦୁର୍ଗାପୂଜା କୁ ଲକ୍ଷ୍ୟ କରି ରାଜନଗର ବଜାର ରେ ଶାନ୍ତି ଶୃଙ୍ଖଳା ର ସହିତ ଦୂର୍ଗା ପୂଜା ଆରମ୍ଭ ହୋଇ ଶେଷ ହେବ ସେଥି ପ୍ରତି ରାଜନଗର ପୋଲିସ ବାହିନୀ ନିୟୋଜିତ ହୋଇ ସଜାକ ରହି କାର୍ଯ୍ୟ କରୁଛି ବୋଲି ରାଜନଗର ଆଇଆଇସି ରତି ରଞ୍ଜନ ନାୟକ ପ୍ରକାଶ କରିଛନ୍ତି।ସବୁ ପୂଜା ମଣ୍ଡପ ପାଖରେ ପୋଲିସ ଟିମ୍ ନିୟୋଜିତ ରହିବା ସହିତ ଅସାମାଜିକ ଯୁବକ ଙ୍କ ଉପରେ ନଜର ରଖିବା ପାଇଁ ପ୍ଲେନ ପୋଷାକ ରେ ପୋଲିସ ଟିମ୍ ନିୟୋଜିତ ଅଛନ୍ତି।ରାତି ସାରା ରାଜନଗର ବଜାର ଓ ଆଖ ପାଖ ଅଞ୍ଚଳରେ ପୋଲିସ ପେଟ୍ରୋଲି ଜାରି ରହିଛି।ସନ୍ଧ୍ୟା ହେଲେ ରାଜନଗର ବଜାର ଭିତରକୁ କୌଣସି ଯାନବାହନ କୁ ବଜାର ଭିତରକୁ ପ୍ରବେଶ କରାଇ ଦିଆଯାଉ ନାହିଁ।ରାଜନଗର ଆଇଆଇସି ରତି ରଞ୍ଜନ ନାୟକ ରାଜନଗର ଜନସାଧାରଣ ଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ ଛନ୍ତି ରାଜନଗର ରେ ଦୁର୍ଗା ପୂଜା କୁ ଶାନ୍ତି ଶୃଙ୍ଖଳା ରେ ସରାଇ ବାକୁ ପୋଲିସ ଟିମ୍ ତୀକ୍ଷଣ ନଜର ରଖିଛି। ରାଜନଗର ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ରେ ଦୁର୍ଗା ପୂଜା ଚାଲି ଥିବାରୁ ରାଜନଗର ଥାନା ର ନୂତନ ଆଇଆଇସି ରତି ରଞ୍ଜନ ନାୟକ ଙ୍କୁ ରାଜନଗର ବୁଦ୍ଧିଜୀବୀ , ସମାଜ ସେବୀ ,ମାନବଧିକାର ସୁରକ୍ଷା ବାହିନୀ ର ସଭାପତି ଧନ୍ୟବାଦ୍ ଜଣାଇଛନ୍ତି।
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି ଓ ବିଶ୍ୱଜିତ୍ ପଣ୍ଡା ରାଜନଗର ବ୍ଲକ ପ୍ରତିନିଧି।


admin 
