ପଦ୍ମପୁର ଶାନ୍ତି ମାର୍କେଟରେ ଗଜଲକ୍ଷ୍ମୀ ପୂଜା ମହା ଧୂମଧାମରେ ପାଳିତ
ରାୟଗଡା, ପଦ୍ମପୁର, ତା. ୨୭/୧୦/୨୦୨୬ (ରୁଦ୍ର ଚୌଧୁରୀଙ୍କ ରିପୋର୍ଟ): ରାୟଗଡା ଜିଲ୍ଲା ପଦ୍ମପୁର ଶାନ୍ତି ମାର୍କେଟ ପରିସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମହା ଆଡମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପୂଜା ଉପଲକ୍ଷେ ମଣ୍ଡପକୁ ଆକର୍ଷଣୀୟ ଆଲୋକ ସଜ୍ଜା ଓ ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା। ମା' ଗଜଲକ୍ଷ୍ମୀଙ୍କ ଦିବ୍ୟ ପ୍ରତିମା ଦର୍ଶନ ପାଇଁ ଦୂରଦୂରାନ୍ତରୁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଘଟିଥିଲା।
ବେଦ ମନ୍ତ୍ରୋଚ୍ଚାରଣ ମଧ୍ୟରେ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ମହାଆରତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ସମୟରେ ମଣ୍ଡପ ପରିସରରେ ଭକ୍ତମାନଙ୍କ ଭିଡ଼ ଜମିଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ପୂଜା କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ସୁରକ୍ଷା, ପରିମଳତା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା।
ଏହି ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀ, ବ୍ୟବସାୟୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା' ଗଜଲକ୍ଷ୍ମୀଙ୍କ ନିକଟରେ ଅଞ୍ଚଳର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ପୂଜାକୁ ସଫଳ କରିବାରେ ପୂଜା କମିଟିର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ସକ୍ରିୟ ସହଯୋଗ କରିଥିଲେ।
ପ୍ରତିକ୍ରିୟା: ପୂଜା କମିଟିର କର୍ମକର୍ତ୍ତାମାନେ କହିଛନ୍ତି ଯେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନସାଧାରଣଙ୍କ ସହଯୋଗ ନିମନ୍ତେ ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅଧିକ ରୁ ଅଧିକ ଭବ୍ୟ ଭାବେ ପାଳନ କରାଯିବ ବୋଲି ଶାନ୍ତି ମାର୍କେଟ ଗଜ ଲଷ୍ମୀ ପୂଜା କମିଟି ମତ ପ୍ରକାଶ କରିଛନ୍ତି। ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
