ପବିତ୍ର ରଥଯାତ୍ରାରେ ପୋଲିସ ପବ୍ଲିକ ପ୍ରେସ ଆନୁକୂଲ୍ୟରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ .

ପବିତ୍ର ରଥଯାତ୍ରାରେ ପୋଲିସ ପବ୍ଲିକ ପ୍ରେସ ଆନୁକୂଲ୍ୟରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ .

ପବିତ୍ର ରଥଯାତ୍ରାରେ ପୋଲିସ ପବ୍ଲିକ ପ୍ରେସ ଆନୁକୂଲ୍ୟରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ .
 ୦୯/୦୭/୨୦୨୫ ରିଖ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ପବିତ୍ର ରଥଯାତ୍ରା ଅବସରରେ ପୋଲିସ ପବ୍ଲିକ ପ୍ରେସ ଆନୁକୂଲ୍ୟରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରଥଯାତ୍ରା ସମୟରେ ଶିମିଳିପାଳ ପାଦଦେଶ ଲୁଲୁଙ୍ଗରୁ ଆସିଥିବା ଆଦିବାସୀ ମହିଳାଙ୍କ କଳସ ଯାତ୍ରା ଓ  କୁଳିଅଣା ବ୍ଲକ ସ୍ଥିତ ଦରଖୁଳିର ହରିନାମ ସଂକୀର୍ତନ ଦଳର କାର୍ଯ୍ୟକ୍ରମ ପ୍ରଥମ ଦୁଇଦିନ ଜଗନ୍ନାଥ ମନ୍ଦିରଠାରୁ ମାଉସୀବାଡ଼ି ଏବଂ ବାହୁଡା଼ ସମୟରେ ମାଉସୀମା' ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଭକ୍ତଜନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ତତସହିତ ସଂସ୍ଥା ତରଫରୁ ବଣ୍ଟନ କରାଯାଉଥିବା ଟଙ୍କତୁରଣୀ ନିକଟରେ ହଜାର ହଜାର ଭକ୍ତଜନଙ୍କ ଭିଡ଼ ଜମିଥିଲା I ସଂସ୍ଥା ତରଫରୁ ଲଡ଼ୁ ମଧ୍ୟ ବଣ୍ଟନ କରାଯାଇଥିଲା I ରଥଯାତ୍ରା ସମୟରେ କ୍ଷତବିକ୍ଷତ ହେଉଥିବା ଭକ୍ତଙ୍କୁ ଆଶୁ ଚିକିତ୍ସା କରାଯିବା ସହ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା I ପି ପି ପି ର ସଭାପତି ଡଃ ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଂଜୀବ ସାହୁ, ବିବେକାନନ୍ଦ ନାୟକ, ପ୍ରହ୍ଲାଦ ବେହେରା, ଅନନ୍ତ ମହାନ୍ତିଙ୍କ ସମେତ ୪୦ ରୁ ଉର୍ଦ୍ଧ ମହିଳା ସଦସ୍ୟା ତଥା ବହୁ ସ୍ବେଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ଏହି ଅବସରରେ ମହାରାଣୀ ଧର୍ମଶାଳା ପରିସରରେ ସଂକୀର୍ତନ ଓ କଳସଯାତ୍ରା ଦଳକୁ ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I