ପ୍ରତିବର୍ଷ ଭଳି 2025,ଏ ବର୍ଷ ମଧ୍ୟ, ଚଳ ଚଞ୍ଚଳ ହୋଇଯାଇଛି ରାୟଗଡା ଜିଲ୍ଲା ସଦର ବିଷମ କଟକ.

ପ୍ରତିବର୍ଷ ଭଳି 2025,ଏ ବର୍ଷ ମଧ୍ୟ, ଚଳ ଚଞ୍ଚଳ ହୋଇଯାଇଛି ରାୟଗଡା ଜିଲ୍ଲା ସଦର ବିଷମ କଟକ. ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସଂଘଠନ ଏବଂ ସର୍ବପରି ଜନସାଧାରଣଙ୍କ ମନରେ ଆଣିଦେଇଛି, ଏକତାର ଭାତୃଭାବ ସହ ଖୁସି ଓ ଭକ୍ତିର ଲହରି.ଚତୁର୍ଦ୍ଧଆମୂରତି ଜଗାକାଳିଆର ଆଖି ସହ, ସମସ୍ତ ଭକ୍ତଙ୍କ ଆଖିରେ ଆଖି ମିଶିଯାଇଛି. ବାହୁଡା ଯାତ୍ରା ଅବସରରେ ଜଗନ୍ନାଥ କାଳିଆ ସାଆନ୍ତକୁ ଦେଖି ତାଙ୍କର, ଆଶିଷ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବିଷମ କଟକ ବାହୁଡା ଯାତ୍ରାରେ. ଟାହିଆ ହଲାଇ ଗୁଣ୍ଡିଚା ମନ୍ଦିରରୁ ବାହାରିଥିଲେ ମଣିମା. ଜନ୍ମ ବେଦିରେ ଲୀଳା ଖେଳା ସାରି ମାଉସୀ ମାଁର ପ୍ରିୟ ହାତ ରନ୍ଧା ଖାଦ୍ୟ, ସ୍ନେହ, ଆଦର ପାଇ, ରଥରେ ବସି ପୁଣି ଫେରି ଯାଇଛନ୍ତି ଶ୍ରୀମନ୍ଦିର. ଆଜି ଖାଁ, ଖାଁ ହୋଇଯାଇଛି, ମାଉସୀ ମାଁ ମନ୍ଦିର. ତଥାପି ବିଷମ କଟକ ପରିବେଶ ଚଳଚଞ୍ଚଳ. ଏହି ବାହୁଡା ଯାତ୍ରାରେ, ଆବାଳ ବୃଦ୍ଧ ବନିତା ସହ ଜାତି, ଧର୍ମ,ବର୍ଣ୍ଣ, ନିର୍ବିଶେଷରେ ପ୍ରାୟ 25 ହଜାରରୁ ଅଧିକ ସଂଖ୍ୟକ ଭକ୍ତ ରୁଣ୍ଡ ହୋଇ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନିରେ ବିଷମ କଟକ ମାଟିକୁ ପବିତ୍ର କରିବା ସହ, ସମସ୍ତଙ୍କ ମନରେ ଆନନ୍ଦ, ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଦେଇଥିଲେ. ପହଣ୍ଡି, ଛେରା ପହଁରା, ନୀତିନିର୍ଘଣ୍ଟ ସବୁକିଛି ସହଳ ସମ୍ପର୍ଣ୍ଣ ହେବାପରେ, ଶେଷ ହୋଇ ଯାଇଛି ଏ ବର୍ଷର ବାହୁଡା ଯାତ୍ରା. ପ୍ରଶାସନ, ପୋଲିସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ,ଡ୍ରାଇଭର ସଙ୍ଘ ଏବଂ ସେବାୟତଙ୍କ ଉତ୍ତମ ସାମନ୍ୱୟ ଦ୍ୱାରା ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଯାଇଛି ବାହୁଡା଼ ଯାତ୍ରା. ଏହି ବାହୁଡା ଯାତ୍ରାରେ ସ୍ଥାନୀୟ ପ୍ରଶାସନ ଓ ସମସ୍ତ ବିଭାଗ, ଲୋକଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେଇଥିବା ସ୍ଥଳେ, ସ୍ଥାନୀୟ ତହସିଲଦାରଙ୍କ ପାରିପାର୍ଶ୍ଵିକ ଦୃଷ୍ଟିକୋଣ ତଥା ସମସ୍ତ ସୁବିଧା, ଶାନ୍ତି ଓ ଶୃଙ୍ଖଳା ଯୋଗାଇ ଦେଇଥିବାରୁ, ଅଂଚଳବାସୀଙ୍କ ସହ ଆଖ ପାଖ ଏବଂ ଦୂର ଦୁରାନ୍ତରୁ ଆସିଥିବା ସମସ୍ତ ଭକ୍ତ ତଥା ଜନସାଧାରଣ ଖୁସି ହେବା ସହ, ସମସ୍ତଙ୍କର ପ୍ରିୟ ହେବାର ଦେଖିବାକୁ ମିଳିଥିଲା. ( ବିଷମ କଟକ, ବାହୁଡା଼ ଯାତ୍ରାରୁ, ଅରୁଣ କୁମାର ଭୀମ ସିଂ, ବିଶେଷ ଖବର )