''ବର କନ୍ୟା' ର ବିକାଶ ନେଇ ଆଶା ⁷ଜାଗିଲା. ବିଧାୟକ, ଜିଲ୍ଲାପାଳ,ଡିଏଫ ଓ, ବି ଡି।ଓ ଙ୍କ ପରିଦର୍ଶନ

''ବର କନ୍ୟା' ର ବିକାଶ ନେଇ ଆଶା ⁷ଜାଗିଲା. ବିଧାୟକ, ଜିଲ୍ଲାପାଳ,ଡିଏଫ ଓ, ବି ଡି।ଓ  ଙ୍କ ପରିଦର୍ଶନ

     ନୟାଗଡ( ଓଡଗାଁ )୨୪/୧୦ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ବାଣ୍ଠପୁର ପଂଚାୟତର ନିହଲ ପ୍ରସାଦ ଗ୍ରାମ ନିକଟରେ ପ୍ରକୃତି ର ନୈସର୍ଗିକ ଶୋଭା ରାଜି କୁ ବଖାଣୁଥିବା ବର କନ୍ୟା ଝରଣା ବିକାଶ ପାଇଁ ୨୦୨୨ରେ ରାଜ୍ୟ ସରକାର ୪କୋଟି ଟଙ୍କା ପ୍ରଦାନ କରିଥିଲେ l ବନ ବିଭାଗ ଏହାର କାର୍ଯ୍ୟ କରିବାକୁ ଯାଇ ଜଣେ ଠିକାଦାର ହାତରେ କାମକୁ ଟେକି ଦେଇଥିଲା l ଏହାକୁ ନେଇ ଠିକାଦାର ଓ ବନକର୍ମଚାରୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାରୁ ୪ବର୍ଷ ହେବ କାମ ପଡି ରହିଛି l ବର କନ୍ୟା ଝରଣା ର ପ୍ରକୃତିକ ଶୋଭା ସମ୍ଭାର ପର୍ଯ୍ୟଟକ ଙ୍କୁସର୍ବଦା ଆକର୍ଷିତ କରିଥାଏ l ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି l କିନ୍ତୁ ଏହି ସ୍ଥାନ ରେ ବନ ବିଭାଗ କଣ୍ଟା ସାଜିଥିବା ଅଭିଯୋଗ ହୋଇଥିଲା l ନିଜ ସ୍ୱାର୍ଥ ହାସଲ ପାଇଁ ଅନୁଦାନ ପଡି ରହିଥିଲା l ୪କୋଟି ଟଙ୍କା ଅନୁଦାନ ରୁ ୧ କୋଟି ଖର୍ଚ୍ଚ ହୋଇଥିବା ବେଳେ ବାକି ୩କୋଟି ଫେରିଯିବା ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଥିଲେ l ବରକନ୍ୟା ଝରଣା କୁ ନେଇ ନେତା ଓ ଅଧିକାରୀ ଙ୍କ ମଧ୍ୟରେ ମାନସ ମନ୍ଥନ ଆରମ୍ଭ ହୋଇଥିଲା l ଓଡଗାଁ ର ବିକାଶ କୁ ଗୁରୁତ୍ୱ ଦେଇଥିଲେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ l ସ୍ଥାନୀୟ ଅଞ୍ଚଳ ର ବିକାଶ ଓ ପର୍ଯ୍ୟଟକ ଙ୍କ ଆଗମନ କୁ ଦୃଷ୍ଟି ନିକ୍ଷେପ କରିଥିଲେ l ଏହି ଝରଣା ରୁ ଖରା,ବର୍ଷା, ଶୀତ ସର୍ବଦା ପାଣି ପଡୁଥାଏ l ଖରା ଦିନେ ସବୁ ସ୍ଥାନ ରୁ ପାଣି ଶୁଖିବା ପରେ ମଧ୍ୟ ଏହି ପାହାଡ଼ରୁ ପାଣି ପଡୁଥିବା ଏକ ଆଶ୍ଚର୍ଯ୍ଯ ଜନକ ଘଟଣା ବୋଲି ବିଧାୟକ କହିଥିଲେ l 

      କିଛି ବର୍ଷର ବ୍ୟବଧାନ ପରେ ବରକନ୍ୟା ଝରଣା ପର୍ଯ୍ୟଟନ ସ୍ଥଳର ବିକାଶ ଉପରେ ଚେଇଁ ଉଠିକି ଜିଲ୍ଲା ପ୍ରଶାସନ ଅଳ୍ପ ଦିନ ତଳେ ନୟାଗଡ ବିଧାୟକ, ଜିଲ୍ଲାପାଳ, ଡି ଫ ଓ, ବି ଡି ଓ, ଘଟଣା ସ୍ଥଳ ପରିଦର୍ଶନ କରି ଫେରିଛନ୍ତି l ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ଅଳଙ୍କୃତ ତ

 କରିବ ବର କନ୍ୟା ଜଳ l ଏହି ପର୍ଯ୍ୟଟନ ସ୍ଥଳର ବିକାଶ ହେଲେ କେବଳ ଓଡଗାଁ କାହିଁକି ? ସମଗ୍ର ଜିଲ୍ଲାରେ ଆଉ ଏକ ଅଧ୍ୟାୟ ଯୋଡି ହେବ ବୋଲି ଆଶା ସଂଚାରିତ ହୋଇଛି l ଜିଲ୍ଲାପାଳ ମଧୁମିତା ରଥ ଯୁଦ୍ଧ କାଳୀନ ଭିତ୍ତିରେ ବର କନ୍ୟା ଝରଣାର ବିକାଶ କରିବାକୁ ବିଭାଗ୍ୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି l ବର କନ୍ୟା ଝରଣା କୁ ସ୍ଥାନୀୟ ଲୋକେ ଓ ବାହାରୁ ଆସୁଥିବା ପର୍ଯ୍ୟଟକ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ଓ ରାତି ରହିବାର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି l ଏହି ପରିଦର୍ଶନ ଟିମ ରେ ଡି ଫ ଓ ଦେବାର୍ଚ୍ଚନ ବେହେରା ଓଡଗାଁ ବି ଡି ଓ ପ୍ରୀତିବାଳା ରଣା, ପଞ୍ଚିରିଡା ରେଞ୍ଜର ବନ ସଂରକ୍ଷକ ନରେନ୍ଦ୍ର ଗମାଙ୍ଗୋ ଏବଂ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ଆଶୋକ କୁମାର ସାଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼