ଏବେ ଵି ବଞ୍ଚିଛି "ଭାଗବତ" ପରମ୍ପରା l ଉତ୍ସାହ ର ଘିଅ ଢ଼ାଳିଲେ ଜଗନ୍ନାଥ ଟ୍ରଷ୍ଟ l
ପବିତ୍ର ଇନ୍ଦୁ ପୂର୍ଣ୍ଣିମା କୁ ଭାଗବତ ଜନ୍ମତିଥି ରୂପେ ପାଳିଥାନ୍ତି ସାରା ଓଡିଶାବାସୀ l ଦିନ ଥିଲା ଭାଗବତ ଟୁଙ୍ଗୀ ରେ ପୁରାଣ ପଣ୍ଡା ର ଭାଗବତ ଶୁଣିବାକୁ ଭିଡ଼ ଜମୁଥିଲା l ଭାଗବତ ଟୁଙ୍ଗୀ ରେ ବସିଗଲେ ସବୁ ଦ୍ଵନ୍ଦ ର ସମାଧାନ ହେଉଥିଲା l ଆଜି ମଧ୍ୟ ସେହିପରି ଅନେକ ଗାଁ ଅଛି ଯେଉଁଠି ଲିଭିନି ଭାଗବତ ପରମ୍ପରା l ବର୍ଷା ହେଉ କି ଝଡି ହେଉ ସନ୍ଧ୍ୟା ରେ ଭାଗବତ ଅଧ୍ୟାୟ ନକଲେ ଆଖି କୁ ନିଦ ଆସେନି l ଆଜି ପବିତ୍ର ଭାଗବତ ଜନ୍ମତିଥି ରେ ବାତ୍ୟା ଅଣ୍ଣବ କୁ ଖାତିର ନ କରି ଦାରୁବ୍ରହ୍ମ ଜଗନ୍ନାଥ ମନ୍ଦିର ଗୁଣୁପୁର ପଟଣା ଭାଗବତ ଟୁଙ୍ଗୀ, ସିଦ୍ଧ ପରମହଂସ ଭାଗବତ ଟୁଙ୍ଗୀ ଗଙ୍ଗାରମପୁର, ମାନପଟଣା ଭାଗବତ ଟୁଙ୍ଗୀ, ଆୟବା ଭାଗବତ ଟୁଙ୍ଗୀ ଅଦି ସ୍ଥାନ ରେ ଶତାଧିକ ଭାଗବତ ପ୍ରେମୀ ଙ୍କୁ ନେଇ ଉତ୍ସବ ପାଳନ କରାଯାଇଛି l ଗ୍ରାମ ର ଆବାଳ ବୃଦ୍ଧ ବନିତା ମିଳି ମିଶି ଭାଗବତ ଶ୍ରବଣ କରି ଭୋଜି ଭାତ ଖାଇ ଏକତା ର ଉଦାହରଣ ସୃଷ୍ଟି କରିଛନ୍ତି l
କେନ୍ଦ୍ରାପଡ଼ା ଜିଲ୍ଲା ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏହି ସନ୍ଦେଶ ଜାଣିବା ପରେ ଏହି ସବୁ ସ୍ଥାନ ରେ ପହଞ୍ଚି ପୁରାଣପଣ୍ଡା ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ଶ୍ରୋତା ମାନଙ୍କୁ ପୋଟଳୀପିଠା ଖୁଆଇ ଉତ୍ସାହିତ କରିଥିଲେ l ଆଜି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ଜୟରାମ ଦାସ, ରମାକାନ୍ତ ଦାସ, ସତ୍ୟବ୍ରତ ପ୍ରଧାନ,ପ୍ରଫୁଲ୍ଲ ଦାସ, ଆଲୋକ ଦାସ, ନନ୍ଦ ବେହେରା, ବଙ୍ଗାଳି ତରାଇ, ପ୍ରଭାକର ତରାଇ, ମାଗୁଣି ଦଳାଇ, ଜୟରାମ ମାଝୀ, ସାନନ୍ଦ ଦଳାଇ ଓ କୁନି ବ୍ୟାସ ଦୁର୍ଗା ପ୍ରସାଦ ପାତ୍ର ଉପସ୍ଥିତ ଥିଲେ l
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା, ପ୍ରତିନିଧି, କେନ୍ଦ୍ରାପଡ଼ା


admin 
