ବିଶ୍ୱ ପରିବେଶ ଦିବସରେ ଶିକ୍ଷକ ଦେବରାଜ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ସମ୍ମାନ।

ବିଶ୍ୱ ପରିବେଶ ଦିବସରେ ଶିକ୍ଷକ ଦେବରାଜ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ସମ୍ମାନ।

ବିଶ୍ୱ ପରିବେଶ ଦିବସରେ ଶିକ୍ଷକ ଦେବରାଜ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ସମ୍ମାନ। ------------------------------------------------------------------------ ଖଣ୍ଡପଡ଼ା,୬|୬(ରଜତ ଦାସ୍) ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ସାରାବିଶ୍ୱରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଚଳିତବର୍ଷ ନୟାଗଡ ଠାରେ ଥିବା ବନ ବିଶ୍ରାମାଗାର ସଭାଗୃହ ଠାରେ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ଅଧ୍ୟକ୍ଷତାରେ ୫ ତାରିଖ ଶୁକ୍ରବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୂଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ନୟାଗଡ ଜିଲ୍ଲାର ଆଠଟି ବ୍ଲକ ର ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀ ଯୋଗଦେଇ ଥିଲେ। ଜଙ୍ଗଲ ପରିବେଶ ବିଭାଗ ଓଡ଼ିଶା ସରକାର ଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ନୟାଗଡ଼ ଜିଲ୍ଲା ରୁ ମନୋନୀତ ହୋଇଥିବା ୫ ଟି ସ୍ବେଚ୍ଛାସେବୀ ସଂଗଠନ କୁ ପ୍ରକୃତି ମିତ୍ର ସମ୍ମାନ ଓ ୪ଜଣ ବ୍ୟକ୍ତି ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ରେ ଜିଲ୍ଲା ଜିଲ୍ଲାପାଳ ସମ୍ମାନିତ କରିଥିଲେ। ସେଥି ମଧ୍ୟରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁମ୍ଭାରପଡା ଗ୍ରାମର ଦେବରାଜ ଦାଶଙ୍କୁ ଚଳିତବର୍ଷ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିବାରୁ ଗ୍ରାମ ରେ ଆନନ୍ଦର ଲହରୀ ଖେଳିଯାଇଛି। ଦେବରାଜ ଦାଶ ବର୍ତ୍ତମାନ ଯୋଗିଆ ପଲ୍ଲୀ ହାଇସ୍କୁଲ ରେ ଶିକ୍ଷକତା କରୁଥିଲେ ମଧ୍ୟ ନିଶା ତାଙ୍କର ବୃକ୍ଷରୋପଣ କରିବା ସହିତ ତାର ଯତ୍ନ ନେବା ଓ ପରିବେଶ କୁ ସୁସ୍ଥ ରଖିବା। ଦେବରାଜ ପିଲାଟିଦିନରୁ ବୃକ୍ଷ ରୋପଣ କରି ତାର ଯତ୍ନ ନେବାକୁ ଅଧିକ ପସନ୍ଦ କରନ୍ତି। ବିଦ୍ୟାଳୟ କାର୍ଯ୍ୟ ପରେ ବୃକ୍ଷରୋପଣ କରିବା ଓ ସେମାନଙ୍କ ଯତ୍ନ ନେବା ଓ ବିଦ୍ୟାଳୟ ରେ ଇକୋ କ୍ଲବ ଗଠନ କରି ଛାତ୍ରଛାତ୍ରୀ ମାନଙ୍କୁ ଦ୍ବାରା ବିଦ୍ୟାଳୟ ପରିସର, ଯୋଗିଆ ପଲ୍ଲୀ ଏବଂ ତାର ଆଖପାଖ ଗ୍ରାମର ଜନସାଧାରଣ ଙ୍କୁ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି କରି ଜନସାଧାରଣ ଙ୍କ ନିକଟରେ ପ୍ରଶଂସା ର ପାତ୍ର ପାଲଟିଛନ୍ତି। ନିକଟରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ଯାଇ ଜଙ୍ଗଲର ସୁରକ୍ଷା, ଜଙ୍ଗଲ ପୋଡ଼ି ରୁ ରକ୍ଷାକରିବା ପାଇଁ ଜନସାଧାରଣ ଙ୍କୁ ସଚେତନ କରିବା ତାଙ୍କର ନିଶା। ପ୍ଲାଷ୍ଟିକ ବ୍ୟବହାର କୁ ରୋକିବା ସହିତ ଶକ୍ତି ସଂରକ୍ଷଣ ଉପରେ ଜନସାଧାରଣ ଙ୍କୁ ସଚେତନ କରିବା ତାଙ୍କର ଲକ୍ଷ୍ୟ।ପଶୁପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ପାଇଁ କୁଣ୍ଡ ମାନ ବିଭିନ୍ନ ସ୍ଥାନରେ ସ୍ଥାପନ କରି ନିଜର ଜିବେଦୟା ର ପରିଚୟ ସୃଷ୍ଟି କରିପାରିଛନ୍ତି। କର୍ମ ଭୂମି ଯୋଗିଆ ପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ସବୁଜିମା ଭରା ସବୁଜ ପରିବେଶ ସୃଷ୍ଟି କରି ବନବିଦ୍ୟାଳୟରେ ପରିଣତ କରିବା ସହିତ ଏକ ଔଷଧିୟ ଉଦ୍ୟାନ, ପୋଷଣୀୟ ଉଦ୍ୟାନ ଓ ଶିଶୁ ମାନଙ୍କ ପାଇଁ ପରିସରରେ ଏକ ଛୋଟ ପାର୍କ ପ୍ରତିଷ୍ଠା କରିପାରିଛନ୍ତି।ଯେକେହି ବିଦ୍ୟାଳୟ କୁ ପରିଦର୍ଶନ ରେ ଆସିଲେ ବିଦ୍ୟାଳୟ ର ପ୍ରାକୃତିକ ପରିବେଶ ସମସ୍ତଙ୍କୁ ଆନନ୍ଦ ଦେଇପାରୁଛି। ବିଦ୍ୟାଳୟ ର ପରିବେଶ କୁ ଉନ୍ନତ ମାନର କରିବା ପାଇଁ ଗତ ମାସ ୩୧ ତାରିଖରେ ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ପ୍ରେରଣା ଯୋଗାଇଥିବା ଶ୍ରୀ ଦାଶ କହିଛନ୍ତି। ଦେବରାଜ ଦାଶଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ହେବା ଖବର ଶୁଣିବା ପରେ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଗ୍ରାମବାସୀଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି।ଶ୍ରୀ ଦାସ ଗଛଲତା ର ଯତ୍ନ ନେବା ସହିତ ପରିବେଶ ଭିତ୍ତିକ କ୍ଷୁଦ୍ର ନାଟକ ଲେଖିବା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରିବା ତାଙ୍କର ଲକ୍ଷ୍ୟ। ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର