ହାଇୱା ଧକ୍କାରେ ଟ୍ରାକ୍ଟର ମିସ୍ତ୍ରୀ ଗୁରୁତର ( କଣ୍ଟିଲୋ ଫାଣ୍ଡିରେ ଡ୍ରାଇଭର ଅଟକ )
ହାଇୱା ଧକ୍କାରେ ଟ୍ରାକ୍ଟର ମିସ୍ତ୍ରୀ ଗୁରୁତର ( କଣ୍ଟିଲୋ ଫାଣ୍ଡିରେ ଡ୍ରାଇଭର ଅଟକ )
__________________________
କଣ୍ଟିଲୋ ତା ୦୭/୦୬( ରଜତ ଦାସ୍) ଆଜି ଶନିବାର ମଧ୍ୟାହ୍ନ ୧୨.୩୦ ସମୟରେ ଏକ ହାଇୱା ଗାଡି ନଂOD 19AB 9570 ନୟାଗଡ଼ ରୁ ଅନୁଗୁଳ ଯାଉଥିବା ସମୟରେ ଖଣ୍ଡପଡା,ଗଣିଆ ରୋଡ ପୂର୍ତ୍ତବିଭାଗ ରାସ୍ତା ଶୁଳିଆ ଛକ ନିକଟସ୍ଥ ଗୋପୀନାଥପୁରୁ ଗ୍ରାମ ରାସ୍ତା କଡରେ ଛିଡ଼ା ହୋଇଥିବା OD 25R 3815 ନଂ ଏକ ଟ୍ରାକ୍ଟର ପାଖରେ ନୟାଗଡ଼ରୁ ଆସିଥିବା ମିସ୍ତ୍ରୀ ସ୍ଥାନୀୟ ବ୍ୟକ୍ତିଙ୍କ ସହିତ କଥା ହେଉଥିବା ସମୟରେ ହାଇୱା ଉକ୍ତ ଟ୍ରାକ୍ଟର କୁ ଧକ୍କା ଦେବା ଫଳରେ ଟ୍ରାକ୍ଟର ଯାଇ ସେହି ମିସ୍ତ୍ରୀଙ୍କୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ସମ୍ପୃକ୍ତ ମିସ୍ତ୍ରୀ ଙ୍କ ଗୋଡ଼ ଭାଙ୍ଗି ଗୁରୁତ୍ୱର ଭାବେ ଆହତ ହୋଇ ଥିବାରୁ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।କଣ୍ଟିଲୋ ସହକାରୀ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପଣ୍ଡା ଓ ଷ୍ଟାଫମାନେ ତୁରନ୍ତ ଘାଟଣାସ୍ଥଳରେ ପଂହଁଚି ଦୁର୍ଘଟଣା ଘଟଇଥିବା ହାଇୱା ଗାଡିକୁ ଜବତ କରି ଫାଣ୍ଡିକୁ ଆଣିବା ସହ ଗାଡି ଡ୍ରାଇଭର ବଳରାମ ସାହୁଙ୍କୁ ଅଟକ ରଖି ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାଶ ଙ୍କ ଠାରୁ ସୂଚନା ମିଳିଛି।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin1 
