ବିଶ୍ୱ ପରିବେଶ ଦିବସ ଅବସରରେ ରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ଆହ୍ବାନ .

ବିଶ୍ୱ ପରିବେଶ ଦିବସ ଅବସରରେ ରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ଆହ୍ବାନ .
କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ଓ ଜଳ ଜମି ଜଙ୍ଗଲ ଜନଜନ୍ତୁ ମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ କାର୍ଯ୍ୟରତ ଜାତୀୟ ଅନୁଷ୍ଠାନ ଫାଉଣ୍ତେସନ ଫର ଇକୋଲୋଜିକାଲ ଏଫ୍ ଇ ଏସ୍ ର ମିଳିତ ସହଯୋଗରେ କେନ୍ଦୁଝର ଠାରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଛି।ଏହି ଅବସର ରେ ପ୍ଲାଷ୍ଟିକ ବର୍ଜନ ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ଆହ୍ବାନ ଦିଆଯାଇଛି।ଆମ୍ବଚାରାଗଛ ମୂଳେ ଜଳଦାନ କରି ଜିଲ୍ଲାସ୍ତରୀୟ କର୍ମଶାଳାକୁ ଅତିଥିମାନେ ଉଦଘାଟନ କରିଥିଲେ।ଅବସର ପ୍ରାପ୍ତ ପ୍ରଫେସର ଡା. ବିମ୍ବାଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜ ଘରେ ନଚେତ ବ୍ୟକ୍ତିଗତ ସ୍ତରରେ ପ୍ଲାଷ୍ଟିକ ବ୍ୟବହାର କୁ କମ୍ କରିବା ନହେଲେ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛନ୍ତି।କେନ୍ଦୁଝର ଅରଣ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ଲାଷ୍ଟିକ ବ୍ୟବହାର କୁ ପରାମର୍ଶ ଦେଇଥିଲେ।ଧରଣୀଧର ବିଶ୍ବ ବିଦ୍ୟାଳୟର ଜାତୀୟସେବା ଯୋଜନା ବ୍ୟୁରମୁଖ୍ୟ ଡା. ସରିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚା' ଦୋକାନରେ ଯେଉଁ ଚାଁ ପିଉଛନ୍ତି ପେଟକ ମାଇକ୍ର ପ୍ଲାଷ୍ଟିକ ଚା' ସହିତ ଯାଉଛି।ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା ପେଟ ଭିତରକୁ ପାଣି ସହିତ ମାଇ କ୍ରୋପ୍ଲାଷ୍ଟିକ ପ୍ରବେଶ କରୁଛି।ପ୍ଲାଷ୍ଟିକ ବର୍ଜନ ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବା ପାଇଁ ଆଲୋଚନା କରିଥିଲେ।କେନ୍ଦୁଝର ସିଟିଜେନ ଫୋରମ ର ସଂମ୍ପାଦକ ଶ୍ରୀ ସତ୍ୟରଞ୍ଜନ ସାମଲ ଅନ୍ୟତମ ଅତିଥି ଭବେ ଯୋଗଦେଇ ଜିଲ୍ଲରେ ଜୈବବି ବିଧତା ଅବକ୍ଷୟ ମୁଖ୍ୟ ଜଳସ୍ତର କମୁଛି,ଜଙ୍ଗଲ ମଧ୍ୟ ନଷ୍ଟ ହେଉଥିବା ବିଷୟରେ ବୁଝାଇଥିଲେ।ଗୋଷ୍ଠୀସ୍ତର ରେ ଜଙ୍ଗଲ ସୁରକ୍ଷା ନିମନ୍ତେ ପରାମର୍ଶ ଦିଆଯାଇଥିଲା।ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ସୁନିଲ କୁମାର ସାହୁ ଅତିଥି ଭାବେ ଯୋଗଦେଇ କହିଲେ ୨୮ଟି କଲେଜରେ ୩୬୦୦ ଜାତୀୟସେବା ଯୋଜନାର ଯୁବସ୍ବେଚ୍ଛାସେବୀ ଜିଲ୍ଲାରେ ଅଛନ୍ତି।ଚଳିତ ୨୫-୨୬ ବର୍ଷରେ ବୃକ୍ଷ ରୋପଣ ଓ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ଗଠନ ପାଇଁ ଆରମ୍ଭ ହୋଇଥିବା ଅଭିଯାନ ଆଗକୁ ଅଧିକ କ୍ରିୟାଶୀଳ କରାଯିବାକୁ ଜଣାଇଥିଲେ।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ସଂମ୍ପାଦକ ତଥା ପରିବେଶବିତ୍ ଶ୍ରୀ ବତ୍ସଳ ମହାନ୍ତି ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ଅନୁଷ୍ଠାନ ପୁରୁଣା କପଡାରେ ବ୍ୟାଗ ପ୍ରସ୍ତୁତ ସ୍ବଂୟ ସହାୟକ ଗୋଷ୍ଠୀ ରେ ମା' ମାନେ ନିଯୁକ୍ତି ପାଇଥିଵା ବିଷୟରେ କହିଥିଲେ।ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସକ୍ରିୟ ଶ୍ରୀମତୀ କଳ୍ପନା ନାୟକ ଓ ବିଜୟ କୁମାର ବେହେରା ଏନସିସି ଶିକ୍ଷକଙ୍କୁ ଫଳଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ସଭାରେ ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ, ପ୍ରଧାନ, ମ୍ୟାଜିକ ବସ୍,ୱସ୍କା, ଟିସ ହାଇଦ୍ରାବାଦ, ଏନ.ୟାଇ.କେ, ସଂଯୋଗ, କସ୍ତୁରୀ, ନାସନାଲ ୟୁଥ ଡେଭଲପମେଣ୍ଟ ଫାଉଣ୍ଡେସନ, ସିନ୍ଦୁର ଗୌରୀ ବନଧନ ବିକାଶ କେନ୍ଦ୍ର, ଲେଖିକା ମହାସଂଘ ଉପସ୍ଥିତ ଥିଲେ l
ଲେଖିକା ଶ୍ରୀମତୀ ଇନ୍ଦୁମତୀ ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିବା ୫୫ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ। କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ସୁଢଳ କୁମାର ସେଠୀ ଙ୍କ ରିପୋର୍ଟ ବିଶେଷ ଖବର