ବୁଲା କୁକୁର କବଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ଚିକିତ୍ସାଧୀନ, ସୁସ୍ଥ ହେବା ପରେ ଜଙ୍ଗଲରେ ଛଡ଼ାଯିବ
ବୁଲା କୁକୁର କବଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧା
ମାଥିଲି , ତା. ୩୦/୦୯: ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ସୋମନାଥପୁର ବିଟ୍ର ଏମ୍ଭି-୫୩ ଗ୍ରାମ ନିକଟରୁ ବୁଲା କୁକୁରଙ୍କ କବଳରୁ ଏକ ବଜ୍ରକାପ୍ତାକୁ ବନ ବିଭାଗ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଗ୍ରାମ ନିକଟରେ କିଛି ବୁଲା କୁକୁର ବଜ୍ରକାପ୍ତାଟିକୁ ଆକ୍ରମଣ କରି ମାରିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ବାଲିମେଳା ରେଞ୍ଜର ଲିପ୍ସିତ କଂହରଙ୍କୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗ ପକ୍ଷରୁ ତୁରନ୍ତ ଏକ ଟିମ୍ ଗଠନ କରାଯାଇ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରାଯାଇଥିଲା। ବୁଲା କୁକୁରଙ୍କ ଆକ୍ରମଣରେ ଆହତ ବଜ୍ରକାପ୍ତାଟିର ବର୍ତ୍ତମାନ ଚିକିତ୍ସା ଓ ଯତ୍ନ ଜାରି ରହିଛି।
ମାଲକାନଗିରି ଏସିଏଫ୍ଙ୍କ ସୂଚନା ଅନୁଯାୟୀ, ବଜ୍ରକାପ୍ତାଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବନ ବିଭାଗର ନିୟମ ଅନୁଯାୟୀ ଏହାକୁ ଏକ ସୁରକ୍ଷିତ ପ୍ରାକୃତିକ ପରିବେଶରେ ଛାଡ଼ି ଦିଆଯିବ। ଘଟଣା ସମ୍ପର୍କରେ ଏକ ୟୁଡି ମାମଲା ପଞ୍ଜିକୃତ ହୋଇଥିବାବେଳେ ତଦନ୍ତ ଜାରି ରହିଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
