NEET Paper leak...30 ଲକ୍ଷ୍ୟ ର deal.
*ହଙ୍ଗାମା...ବିକ୍ଷୋଭ...ପ୍ରତିବାଦ*
*ଉଠୁଛି ପଡ଼ୁଛି ଦେଶ*
*ଗୋଟିଏ ପ୍ରଶ୍ନ ପତ୍ରର ଦାମ୍ ୩୦ ଲକ୍ଷ*
ଉଜ୍ଜ୍ବଳ ଭବିଷ୍ୟତ ଦେଖିବା ପୂର୍ବରୁ ଅନ୍ଧାରକୁ ଠେଲି ହେଇ ଯାଇଛି ଦେଶର ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ। ନିଟ୍-ୟୁଜି ପରୀକ୍ଷାରେ ପେପର୍ ଲିକ୍ ପରେ ଏବେ ଆଶଙ୍କା, ଦ୍ବନ୍ଦ୍ବରେ ପିଲାଏ। ଚାଲିଛି ପ୍ରତିବାଦ। ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ସମ୍ମୁଖ ହେଉ, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଅଫିସ୍ କିମ୍ବା ଶିକ୍ଷା ବିଭାଗର କାର୍ଯ୍ୟାଳୟ।
ସବୁଠି ବିକ୍ଷୋଭ ଓ ସବୁଠି ପ୍ରତିବାଦର ସ୍ବର। ଫେକ୍ ନୋଟ୍ ଫିଙ୍ଗି ପେପର୍ ଲିକ୍ ରେ ନିଜ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ। ଯୁବ କଂଗ୍ରେସ କର୍ମୀ, ଶିକ୍ଷା ମନ୍ତ୍ରଣାଳୟକୁ ଧସେଇ ପଶିବାକୁ ଚେଷ୍ଟା କରିବା ବେଳେ ପୋଲିସ୍ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି। ଆଉ ABVP ବି ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି। NTA ଅଫିସ୍ ଆଗରେ ଧାରଣା ଦେବା ସହ ଦୂର୍ନୀତିଗସ୍ତ ଅଧିକାରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛି।
ନିଟ୍-ୟୁଜି ପେପର୍ ଲିକ୍ ପ୍ରସଙ୍ଗ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ଗଲା ଦୁଇ ବର୍ଷରେ ଦୁଇ ଥର ଲିକ୍ କେନ୍ଦ୍ର ସରକାରଙ୍କୁ କରିଛି ନିନ୍ଦିତ। ୨୦୨୪ ପରେ ଏବର୍ଷର ଲିକ୍ NTAର ସ୍ବଚ୍ଛତା ଓ ପରୀକ୍ଷା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ, ଜୋତାଠୁ ଆରମ୍ଭ କରି ମୁଣ୍ଡର ବେଣି, ଫୁଲ୍ ସାର୍ଟର ସ୍ଲେଲଭ୍ ଠୁ ଆରମ୍ଭ କରି କାନ ଯାଏଁ ଯାଞ୍ଚ କରି ପ୍ରଶଂସା ସାଉଁଟିବା...ପରୀକ୍ଷା ପରିଚାଳନାରେ GPS, AI,ବାୟୋମେଟ୍ରିକ, ସିସିଟିଭି ଲଗାଇବା ନେଇ ବ୍ୟବସ୍ଥା ସତ୍ତ୍ବେ କେମିତି ହେଲା ଲିକ୍...?
*୭୨୦ ମାର୍କରୁ ୬୦୦ ମାର୍କର ପ୍ରଶ୍ନ ଏଥିରେ ଥିଲା*
ମେ’ ୩ ତାରିଖରେ ପରୀକ୍ଷା ହେବାର କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିଲା ଏକ ‘ଗେସ୍ ପେପର୍’। ହାତରେ ଲେଖାଥିବା ୧୫୦ ପୃଷ୍ଠା ବିଶିଷ୍ଟ ପିଡିଏଫ ଫାଇଲରେ ଥିବା ପ୍ରଶ୍ନ ନିଟ୍ ପରୀକ୍ଷାରେ ଆସିଥିବା ପ୍ରଶ୍ନ ସହ ପ୍ରାୟ ସମାନ ଥିଲା। ଏମିତିକି ମୋଟ୍ ୭୨୦ ମାର୍କରୁ ୬୦୦ ମାର୍କର ପ୍ରଶ୍ନ ଏଥିରେ ଥିଲା। ବାୟୋଲଜିରେ ୧୦୦ ଓ କେମେଷ୍ଟ୍ରିରୁ ୪୦ ମାର୍କ ପ୍ରଶ୍ନ ସମାନ ଥିବା ତଦନ୍ତକାରୀ ସଂସ୍ଥା ହାତରେ ସୁରାକ୍ ଲାଗିଛି। ଆଉ ସିବିଆଇ ତଦନ୍ତରେ ପଦାକୁ ଆସିଛି ୩୦ ଲକ୍ଷର ଡିଲ୍।
ଗେସ୍ ପେପର୍’ ହରିୟାଣା ଗୁରୁଗ୍ରାମର ଜଣେ ଡାକ୍ତରଙ୍କଠୁ ରାଜସ୍ଥାନର ଦୁଇ ଭାଇ ମଙ୍ଗିଲାଲ ଓ ଦିନେଶ ବିୱାଲ୍ ୩୦ ଲକ୍ଷରେ କିଣିଥିଲେ। ରାଜସ୍ଥାନ ସିକରରେ ରହୁଥିବା ନିଜର ଜଣେ ଭାଇଙ୍କ ପୁଅକୁ ଏହା ଦିଆଯାଇଥିଲା। ସେଠୁ ରାଜସ୍ଥାନର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଲକ୍ଷାଧିକ ଟଙ୍କାରେ ଏହି ‘ଗେସ୍ ପେପର୍’ ବିକ୍ରି ହୋଇଛି। ହେଲେ ଏହାପଛର ମାଷ୍ଟରମାଇଣ୍ଡର ଚାଲ୍ ଶୁଣିଲେ ଉଡ଼ିଯିବ ହୋସ୍। ନାସିକରେ ଆୟୁବୈଦ୍ ମେଡିସିନ୍ ଓ ସର୍ଜରୀରେ ପଢ଼ୁଥିବା ଶୁଭମ୍ ଖେରନାର୍ ହିଁ ଏସବୁର ଡିଲ୍ କରିଥିଲା।
*ଏଇଠୁ ପେପର୍ ଲିକ୍*
ନାସିକରୁ ପେପର୍ ୧୫ ଲକ୍ଷରେ ବିକ୍ରି ହୋଇ ସାରା ଦେଶକୁ ଯାଇଥିଲା। ଲିକ୍ ପରେ ଗିରଫଦାରୀରୁ ବର୍ତ୍ତିବାକୁ ଲଣ୍ଡା ହେଇଯାଇଥିଲା ଶୁଭମ୍। ନାସିକରେ ହିଁ ନିଟ୍-ୟୁଜି ପେପର୍ ପ୍ରିଣ୍ଟ ହୁଏ, ଯଦି ନାସିକରୁ ପେପର୍ ଭାଇରାଲ୍ ହେଇଛି ତାହେଲେ ଏଥିରେ NTAର କୌଣସି ଅଧିକାରୀ ସାମିଲ ଅଛନ୍ତି କି? କାହା ଇସାରାରେ ଏସବୁ ହେଇଛି? ନା ଏହାପଛରେ ରହିଛି ଆଉ କିଛି ଷଡ଼ଯନ୍ତ୍ର?
୨୦୨୪ରେ ବି ସମାନ ଧରଣର ଲିକ୍ ଅଭିଯୋଗ ଆସିଥିଲା। ସେତେବେଳେ ସୁପ୍ରିମକୋର୍ଟରେ ଇସ୍ରୋର ପୂର୍ବତନ ମୁଖ୍ୟ କେ. ରାଧାକ୍ରିଷ୍ଣନ୍ କମିଟି AI ଜରିଆରେ ଅନଲାଇନ୍ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ତଥାପି ଏହା ଉପରେ ନା କାର୍ଯ୍ୟକାରୀ ହେଲା ନା କୌଣସି ପଦକ୍ଷେପ ନିଆଗଲା। ଯାହାକୁ ନେଇ ଶିକ୍ଷାବିତ୍ ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


admin 
