ବୌଦ୍ଧରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା

ବୌଦ୍ଧରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା

ବୌଦ୍ଧରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୌଦ୍ଧ ସହର ସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥଲା l ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଭକ୍ତ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ସହିତ ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସ୍ନାନ ଦର୍ଶନ କରି ନିଜକୁ କୃତକୃତ୍ୟ ମନେ କରିଥିଲେ l ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଜଗନ୍ନାଥଙ୍କ ଭଜନ ଓ ଜଣାଣ ପରିବେଷଣ କରାଯାଇଥିଲା l ଭକ୍ତ ମାନେ ଭଜନ ଓ ଜଣାଣ ଶ୍ରବଣ କରି ଜଗନ୍ନାଥ ମନସ୍କ ହୋଇ ନିଜକୁ ଅହୋଭଗ୍ୟ ମନେ କରିଥିଲେ l ପରେ ମହାନଦୀର ପବିତ୍ର ୧୦୮ ଗରା ଜଳରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରବଳ ଗୁଳୁଗୁଳି ଓ ଗରମକୁ ଭ୍ରୁକ୍ଷେପ ନ କରି ଭକ୍ତ ମାନେ ପ୍ରଭୁଙ୍କ ମହାସ୍ନାନ ଦର୍ଶନ କରିଥିଲେ l ପ୍ରଭୁ ଗଜାନନ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବାପରେ ରାତ୍ରୀରେ ଏକ ପକ୍ଷ ଧରି ଅଣସର ଗୃହରେ ଅବସ୍ଥାନ କରିବେ ଓ ପ୍ରଭୁଙ୍କ ଚେରମୂଳି ସହିତ ଉପଚାର କରାଯିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ lବୌଦ୍ଧ ରୁ ରବିନ୍ଦ୍ର ପଟ୍ଟନାୟକ ଙ୍କ ରିପୋର୍ଟ ବିଶେଷ ଖବର