ବୟସ୍କ ବୟସ୍କାଙ୍କ ପାଇଁ ଦିନ ଟିଏ, ୧୦ମିଟର କେକ ପଦର୍ଶନ କରି ପୁଣି ଚର୍ଚ୍ଚାରେ ପିଇଓ। ମାଥିଲି, ୧୪,୦୬ ଆଜି ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ.

ବୟସ୍କ ବୟସ୍କାଙ୍କ ପାଇଁ ଦିନ ଟିଏ, ୧୦ମିଟର କେକ ପଦର୍ଶନ କରି ପୁଣି ଚର୍ଚ୍ଚାରେ ପିଇଓ। ମାଥିଲି, ୧୪,୦୬ ଆଜି ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ.

ବୟସ୍କ ବୟସ୍କାଙ୍କ ପାଇଁ ଦିନ ଟିଏ, ୧୦ମିଟର କେକ ପଦର୍ଶନ କରି ପୁଣି ଚର୍ଚ୍ଚାରେ ପିଇଓ। ମାଥିଲି, ୧୪,୦୬ ଆଜି ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପହିଲି ରଜ ଉପଲକ୍ଷେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ସରପଞ୍ଚ କାନାମ ରାଜୁ ନାୟକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ବୟସ୍କ ଓ ବୟସ୍କା ଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମରେ ଦୀର୍ଘ ୧୦ମିଟର (୧୦୦କେଜି)ର କେକ ତିଆରି କରି ପୁଣି ଚର୍ଚ୍ଚାରେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାଥିଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାଥିଲି ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ, ସମିତି ସଭ୍ୟ ତଥା ଯୁବ ନେତା ବାଲରାଜୁ କୋପେ ଓ ପୂର୍ବତନ ବ୍ଲକ ଅଧକ୍ଷ ସ୍ମୃତି ରଞ୍ଜନ ଯୋଗ ଦେଇଥିଲେ। ପଞ୍ଚାୟତର ବୟସ୍କ ଓ ବୟସ୍କା ଙ୍କ ଦିନ ଟିଏ କାର୍ଯ୍ୟକ୍ରମ ରେ ଦୀର୍ଘ ୧୧ମିଟର (୧୦୦କେଜି) କେକକୁ ଉପସ୍ଥିତ ଅତିଥିମାନେ ବୟସ୍କ ଓ ବୟସ୍କା ମାନଙ୍କ ଦ୍ୱାରା କେକ କାଟି ପରସ୍ପର ମଧ୍ୟରେ ଖୁଆଇ ଥିଲେ। ଏପରି ନିଆରା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବୟସ୍କ ଓ ବୟସ୍କା ମାନେ କେକ ଖାଇବା ସହିତ ପରସ୍ପର ମଧ୍ୟରେ ବିଡ଼ିଆ ପାନ ମଧ୍ୟ ଖୁଆଇ ଖୁସି ମନାଇ ଥିଲେ। ଏପରି ନିଆରା କାର୍ଯ୍ୟକ୍ରମ ଦ୍ୱାରା ଶହ ଶହ ବୟସ୍କ ଓ ବୟସ୍କା ଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏ ହେଉଛି ଗୋଟିଏ ଛୋଟିଆ ପ୍ରୟାସ ବୋଲି ଆୟୋଜନ କରିଥିବା ମାଥିଲି ପଞ୍ଚାୟତ ସରପଞ୍ଚ କାନାମରାଜୁ ନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର