ରାୟଗଡ ଜିଲ୍ଲା ପ୍ରଶାସନର ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହିତ ଆଲୋଚନା .

ରାୟଗଡ ଜିଲ୍ଲା ପ୍ରଶାସନର ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହିତ ଆଲୋଚନା .

ରାୟଗଡ ଜିଲ୍ଲା ପ୍ରଶାସନର ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହିତ ଆଲୋଚନା
 ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବୁଥ ସ୍ତରୀୟ ସମସ୍ଯା ସବୁର ସମାଧାନ କରିବେ | ଏହି କ୍ରମରେ ଗତ ତା ୨୦/୦୩/୨୦୨୫ରିଖରେ ରାୟଗଡ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ  ଶ୍ରୀମତୀ ପାରୁଲ ପଟ୍ଟାୱରୀଙ୍କ ଅଧକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା | ଏଥିରେ  ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରାୟଗଡା  ଇ ଆର ଓ ଶ୍ରୀ ନବୀନ ନାୟକ,
  ଡେପୁଟୀ କ୍ଟର ଶ୍ରୀ ନାରାୟଣ ମିଶ୍ର,ପ୍ରମୁଖ ଯୋଗ ଦେଇଥିଲେ |  ଜିଲ୍ଲାପାଳ  ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ନିର୍ବାଚନ ପ୍ରକ୍ରିୟାରେ ବୁଥ ଲେଭେଲ ଏଜେଣ୍ଟ, ପୋଲିଂ ଏଜେଣ୍ଟ, କାଉଣ୍ଟିଙ୍ଗ  ଏଜେଣ୍ଟ, ଇଲେକ୍ସନ ଏଜେଣ୍ଟ ସମସ୍ତଙ୍କ ଗୁରୁ ଦାୟିତ୍ଵ ଥାଏ | ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାପାଇଁ ରାଜନୈତିକ ଦଳର କର୍ମକର୍ତ୍ତା ମାନଙ୍କ ଗୁରୁ ଦାୟିତ୍ଵ ରହିଛି | ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ଗଣତନ୍ତ୍ରର ସଫଳତା ପାଇଁ ଜନସାଧାରଣଙ୍କ ସହଭାଗିତା ଆବଶ୍ୟକ | ସମସ୍ତ ଯୋଗ୍ୟ ମତଦାତା ମାନଙ୍କୁ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇ ପାରିବ | ଏଥିପାଇଁ ସେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ | ଆଜି ବୈଠକରେ ଭାରତୀୟ ଜନତା ଦଳ ତରଫରୁ କେ ଅଶ୍ୱିନୀ,ଭାରତୀୟ ଜାତୀୟ କଂଗ୍ରେସରୁ ସଂକର୍ଷଣ ମଙ୍ଗରାଜ,ବିଜୁ ଜନତା ଦଳରୁ ଶ୍ରୀ ଵି. ତିରୁପତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |