ଭାଜପା ର ଜିଲ୍ଲା ସ୍ତରି ୟ ଶ୍ରଦ୍ଧାଞ୍ଜଳୀ ସଭା .

ଭାଜପା ର ଜିଲ୍ଲା ସ୍ତରି ୟ ଶ୍ରଦ୍ଧାଞ୍ଜଳୀ ସଭା .
ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ କୁ ନେଇ ଏକ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ର ଆୟୋଜନ କରାଯାଇଥିଲା ।
ଏହି ଶୋକ ସଭା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନ ଙ୍କ ଅମର ଆତ୍ମାର ସଦଗତି କାମନା କରି କରାଯାଇଥିଲା ।ସ୍ମରଣ ଥାଉକି ଗତ ୧୭ ମାର୍ଚ୍ଚ ଦିନ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ଠାରେ ୮୩ ବର୍ଷ ବୟସରେ ଇହଲୋକ ତ୍ୟାଗ କରିଥିଲେ ।ଡଃ ପ୍ରଧାନ ହେଉଛନ୍ତି ବର୍ତମାନର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପିତା । ଡଃ ପ୍ରଧାନ ଙ୍କ ଜନ୍ମ ୧୬ ଜୁଲାଇ ୧୯୪୧ ଢେଙ୍କାନାଳ ଜିଲ୍ଲାରେ ହୋଇଥିଲା, ସେ କଟକ ଏସ୍ ସି ବି ମେଡିକାଲ ର ଜଣେ ଡକ୍ଟର ଥିଲେ ଏବଂ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଓ ଭାଜପାର ଜଣେ ସଦସ୍ୟ ମଧ୍ୟ ଥିଲେ ।
ତାଙ୍କରି ରାଜନୀତି ଜୀବନ ଆରମ୍ଭ ପ୍ରଥମ ଓଡିଶା ତାଳଚେର ମଣ୍ଡଳ ର ମଣ୍ଡଳ ସଭାପତି ରୁ ଆରମ୍ଭ କରିଥିଲେ ।୧୯୮୦ ରୁ ୧୯୮୩ ପର୍ଯ୍ୟନ୍ତ ।୧୯୮୩-୧୯୮୫ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସଭାପତି ଦ୍ବିତୀୟ ଥର ପୁଣି ୧୯୮୫-୧୯୮୮ ଜିଲ୍ଲା ସଭାପତି ।୧୯୮୮-୧୯୯୦ ଓଡିଶା ରାଜ୍ୟ ସଭାପତି ୧୯୯୦-୯୩ ଦ୍ୱିତୀୟ ଥର ରାଜ୍ୟ ସଭାପତି,୧୯୯୩-୯୫ ରାଜ୍ୟ ମହାସଚିବ,୧୯୯୫-୯୭ ପୂଣି ରାଜ୍ୟ ସଭାପତି, ୧୯୯୭-୯୮ ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ, ୧୯୯୮ ରେ ଦ୍ବାଦଶତମ ଲୋକସଭା ପାଇଁ ଦେବଗଡ ଜିଲ୍ଲା ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।ସେହି ସମୟରେ କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ଥିଲେ । ୧୯୯୯-୨୦୦୪ ତ୍ରୟୋଦଶ ଲୋକସଭା ପାଇଁ ଦ୍ବିତୀୟ ଥର ନିର୍ବାଚିତ ହେଲେ ସେତେବେଳେ ପରିବହନ ମନ୍ତ୍ରୀ ରହିବା ସହ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଥିଲେ । ୨୦୦୧-୨୦୦୨ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହି ବିଭିନ୍ନ କାର୍ଯ୍ୟ ତୁଲାଇଥିଲେ ।
ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାଜପା ର ରାଜ୍ୟ ସଂମ୍ପାଦକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ତଥା ବର୍ତ୍ତମାନର ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଚନ୍ଦ୍ର ଜୈନ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ଜିଲ୍ଲା ମହ .