ଭାରତ ଗ୍ୟାସ୍ ଏଜେଣ୍ଟ ର ମନୋଫୋଲି ନିୟମ

ଭାରତ ଗ୍ୟାସ୍ ଏଜେଣ୍ଟ ର ମନୋଫୋଲି ନିୟମ

ଭାରତ ଗ୍ୟାସ୍ ଏଜେଣ୍ଟ ର ମନୋଫୋଲି ନିୟମ ଯାହା ଦ୍ୱାରା ନିରିହ ଓ ଉଜାଲା ଧାରୀ ଗ୍ୟାସ୍ ଉପଭୋକ୍ତା ମାନେ ହନ୍ତ ସନ୍ତ ହେବାର ଦ୍ରୁଶ୍ୟ ଦେଖିବାକୁ ମିଳିଛି । 

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଭାରତ ଗ୍ୟାସ୍ ଡିପୁ ସମ୍ମୁଖ ରେ ଶହ ଶହ ପୁରୁଷ ଓ ମହଳା ରୁଣ୍ଡ ହୋଇ ଗ୍ୟାସ ନେବାକୁ ଛିଡା ହୋଇଥିବା ବେଳେ ଗ୍ୟାସ୍ ବିକ୍ରୟ କର୍ମଚାରୀ ମାନେ ଏହାର ସୁଯୋଗ ନେଇ ସେମାନଙ୍କୁ ହଇରାଣ ହରକତ କରୁଥିବା ର ଅଭିଯୋଗ ଆସୁଛି । ମଧ୍ୟ ପ୍ରନ୍ତରରେ ଆମେରିକା ସହିତ ଇଜ୍ରାଇଲ ମିଶି ଇରାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାରୁଥିବା ଓ

ଯୁଧ୍ୟ ଦ୍ୱୟ ପକ୍ଷରେ ଚାଲୁଥିବାରୁ ଗ୍ୟାସ୍ ର ଅଭାବ ଦେଖା ଯଇଛି ବୋଲି କହି ଗାଁ ଗଳି ରେ ଥିବା ସବ ଡିଲର ଓ ଲୁନା ଗାଡି ରେ ଡେଲିଭରି ମାନଙ୍କୁ ଆଉ ଗ୍ୟାସ୍ ଦେଉ ନାହାନ୍ତି ଯାହା ଫଳରେ ଉପଭୋକ୍ତା ମାନେ ବାଧ୍ୟ ହୋଇ ମେନ୍ ଡିଲର ପାଖକୁ ଆସି ଦିନ ଦିନ ଧରି ଲାଇନ୍ ରେ ଛିଡା ହୋଇ ସେମାନଙ୍କ ଗ୍ୟାସ୍ ନେଉଛନ୍ତି । ଆଉ ମଧ୍ୟ ଦେଖା ଯାଉଅଛି ଯେ ଗ୍ରାମ ମାନଙ୍କରେ ଥିବା ସିଏସସି କେନ୍ଦ୍ର ମାନଙ୍କ ଠାରୁ ଅନଲାଇନ ବୁକ କରିବା ପାଇଁ ବନ୍ଦ କରି ବିଦେଶୀ ଆପ ଦ୍ୱରା ଯଥା ପେଟିଏମ୍, ଫୋନପେ ମାଧ୍ୟମରେ ଗ୍ରାହକଙ୍କୁ ଶୋଷଣ କରୁ ଛନ୍ତି । ସରକାଙ୍କ ତରଫରୁ ବାର ବାର୍ତ୍ତା ଆସୁଛି କି ଆମ ପାଖରେ ଗ୍ୟାସ୍ ଭରପୁର ଅଛି ହେଲେ ଏଜେଣ୍ଟ ମାନେ ଏହାକୁ ଅସ୍ତ୍ର କରି ସରକାର ଙ୍କୁ ବଦନାମ କରିବାରେ ପଛାଉ ନାହାନ୍ତି । ଏହି ଘଟଣା ବୁଦ୍ଧିଯିବି ମହଲରେ ଆମ ଦୁର୍ଭାଗ୍ୟ ବୋଲି କୁହାଯାଉଅଛି । ଏବଂ ସରକାର ଙ୍କୁ ନିବେଦନ କିରି କହିଛନ୍ତି ଯେ ଏହାର ତୁରନ୍ତ ତନାଘନା କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ। 

ପଟ୍ଟାମୁଣ୍ଡାଇ ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର ।