ମଙ୍ଗଳବାର ଅପରାହ୍ନରେ ଆମ ପୋଲିସ ସମିତି ବୈଠକ ଥାନା ପରିସରରେ ଅନୁଷ୍ଠିତ

ମଙ୍ଗଳବାର ଅପରାହ୍ନରେ ଆମ ପୋଲିସ ସମିତି ବୈଠକ ଥାନା ପରିସରରେ ଅନୁଷ୍ଠିତ

ମଙ୍ଗଳବାର ଅପରାହ୍ନରେ ଆମ ପୋଲିସ ସମିତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଥାନାଧିକାରୀ କୃତିବାସ ହରିଚନ୍ଦନଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଖଣ୍ଡପଡ଼ା ସହରାଞ୍ଚଳ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଏସ୍‌ଡିପିଓ ସରୋଜ କୁମାର ସାହୁ କାର୍ଯ୍ଯକ୍ରମରେ ଯୋଗଦେଇ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁ ସମ୍ପର୍କ ବଜାୟ ରଖିବା ପାଇଁ ମତ ଦେଇଥିଲେ।ଖଣ୍ଡପଡା ଥାନା ଅଞ୍ଚଳରେ ହେଉଥିବା ବିଭିନ୍ନ ଅପରାଧ ଓ ବିଶୃଙ୍ଖଳାକୁ କିଭଳି ରୋକା ଯାଇପାରିବ ସେ ନେଇ ସେ ବୈଠକରେ ଉପସ୍ଥିତ , , ବିଭିନ୍ନ ଆପତ୍ତି ଅଭିଯୋଗକୁ ସମାଧାନ କରିବା ଦିଗରେ ଭୂମିକାକୁ ନେଇ ଆଲୋଚନା ହୋଇଥିଲା। ।ସେହିପରି ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଉପସ୍ଥିତ ବୁଦ୍ଧିଜିବୀମାନେ ମତ ଦେଇଥିଲେ। ଏସଡିପିଓ ଶ୍ରୀ ସାହୁ ଖଣ୍ଡପଡ଼ା ଥାନା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଶତ ପ୍ରତିଶତ ଚେଷ୍ଟା କରିବେ ବୋଲି ମତ ଦେଇଥିଲେ। ଟୁଲୁ ବିଶ୍ୱାଳ, କନେଷ୍ଟବଳ ଅର୍ଜୁନ ଯାନୀ, ସୁବାସିନୀ ଜେନା, ଓଏପିଏଫ ଅଖିଳ କୁମାର ନାୟକ, ହୋମଗାର୍ଡ କୃଷ୍ଣଚନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ବେହେରା, ଭିକାରୀ ସାହୁ ପ୍ରମୁଖ ସକ୍ରୀୟ ସହଯୋଗ କରିଥିବା ବେଳେ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ବିଶେଷ ଖବର ଜିଲ୍ଲା ସ୍ଵନ୍ତ୍ରତ୍ର ପ୍ରତିନିଧି ସୁପ୍ରିୟା ଦାଶ