ମାଥିଲିରେ ନୂତନ ବିଡିଓ ଭାବେ ଯୋଗ ଦେବେ ଦେବାଶିଷ ଜେନା ।
ମାଥିଲି ତା ୦୮/୧୦ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଖୁବଶୀଘ୍ର ନୂତନ ବିଡିଓଙ୍କୁ ଦେଖିବାକୁ ପାଇବେ ଅଞ୍ଚଳବାସୀ। ମାଥିଲିରେ ବର୍ତ୍ତମାନ କାର୍ଯ୍ୟରତ ଥିବା ବିଡିଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ଥିବା ବେଳେ, ତାଙ୍କ ସ୍ଥାନରେ ମାଲକାନଗିରି ତହସିଲ ର ତହସିଲଦାର ଭାବେ କାର୍ଯ୍ୟରତ ଦେବାଶିଷ ଜେନାଙ୍କୁ ମାଥିଲି ବିଡିଓ ଭାବେ ଅବସ୍ଥାପିତ କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିବାରୁ ଖୁବଶୀଘ୍ର ଶ୍ରୀ ଜେନା ମାଥିଲି ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିବେ। ନୂତନ ବିଡିଓଙ୍କ ଯୋଗଦାନ ପରେ ମାଥିଲି ବ୍ଲକର ବିକାଶମୂଳକ କାର୍ଯ୍ୟ ଓ ଜନସେବା କ୍ଷେତ୍ରରେ ପୁଣି ନୂଆ ଅଧ୍ୟାୟ ଆରମ୍ଭ ହେବବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
