ମାଥିଲି ଦଶହରାରେ ଆୟୋଜିତ ହେବ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ମାଥିଲି, ମାଲକାନଗିରି:ମାଥିଲି ବ୍ଲକ ପବିତ୍ର ଦଶହରା ଉତ୍ସବ ପାଳନ ଅବସରରେ ମାଥିଲି ଦୁର୍ଗା ପୂଜା ପରିଚାଳନା କମିଟି ପକ୍ଷରୁ ଏକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଡାନ୍ସ ଆଣ୍ଡ ଡାନ୍ସ’ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୧୭ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ।
ଏହି ମଞ୍ଚରେ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିବାକୁ ଇଚ୍ଛୁକ ଶିଶୁ, କିଶୋର, କିଶୋରୀ, ଯୁବକ ଓ ଯୁବତୀମାନଙ୍କୁ ଭାଗ ନେବା ପାଇଁ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି। ଆଗ୍ରହୀ କଳାକାରମାନେ ୯୬୬୮୬୦୬୯୫୪ ନମ୍ବରରେ ଯୋଗାଯୋଗ କରି ନିଜ ନାମ ଓ ଠିକଣା ପଞ୍ଜୀକରଣ କରାଇବାକୁ ଅନୁରୋଧ କରାଯାଇଛି।
ଏହି ସାଂସ୍କୃତିକ ଆୟୋଜନ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ନୃତ୍ୟ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଦଶହରା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା କମିଟିର ଲକ୍ଷ୍ୟ।
ଆହ୍ୱାନକର୍ତ୍ତା:
ମାଥିଲି ଦୁର୍ଗା ପୂଜା ପରିଚାଳନା କମିଟି
ମାଥିଲି, ଜିଲ୍ଲା–ମାଲକାନଗିରି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
