ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବ୍ଲକ ଓ ନଗର ସ୍ତରୀୟ ସଭାପତି ଘୋଷଣା। .
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବ୍ଲକ ଓ ନଗର ସ୍ତରୀୟ ସଭାପତି ଘୋଷଣା।
ମାଲକାନଗିରି,୦୪/୦୫/୨୫ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆ ଗୁଡା ଠାରେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବ୍ଲକ ଓ ନଗର ସ୍ତରୀୟ ସଙ୍ଘଠନିକ ସଭାପତି ଘୋଷଣା।ଏବଂ ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ମାଲକାନଗିରି ବିଜୁ ଜନତା ଦଳର ସମସ୍ତ ଏ ଆର ଓ ଏବଂ ଡି ଆର ଓ ଙ୍କ ମାଧ୍ୟମରେ ଏସ୍ ଆର ଓ ଙ୍କ ସ୍ୱୀକୃତି ଅନୁଯାଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ଉପସ୍ଥିତିରେ ୭ଟି ବ୍ଲକ ସଭାପତି ଏବଂ ୨ଟି ନଗର ସଭାପତି ଙ୍କ ନାମ ଘୋଷଣା କରାଯାଇଛି । ଆଜି ୭ଟି ବ୍ଲକ ର ସଭାପତି ଯଥା - ୧. ସର୍ବ ବିଶୋଇ ମାଲକାନଗିରି ବ୍ଲକ , ୨. ଶଙ୍କର ହାଲଦାର -କାଲିମେଳା ବ୍ଲକ ,୩. ସି ଏଚ୍ ରାବିଟ - ପଡିଆ ବ୍ଲକ ,୪. ତ୍ରିଲୋଚନ ଚୌଧରି - କୋରକୋଣ୍ଡା ବ୍ଲକ ,୫. ସାଧୁ ହନ୍ତାଳ - ଖଇରପୁଟ ବ୍ଲକ , ୬. ସଦାଶିବ ପୂଜାରୀ - ମାଥିଲି ବ୍ଲକ , ୭. ରାମଚନ୍ଦ୍ର ଗଲେଲ - ଚିତ୍ରକୋଣ୍ଡା ବ୍ଲକ ଏବଂ ମାଲକାନଗିରି ପୌର ପରିଷଦ ସଭାପତି ହେଲେ ବି . ବାଲାରାଜୁ ଓ ବାଲିମେଳା ଏନ୍ ଏ ସି ର ସଭାପତି ହେଲେ ରାଜେନ୍ଦ୍ର କୂଳଦୀପ ପ୍ରମୁଖ । ୭ଟି ବ୍ଲକ ଏବଂ ୨ଟି ନଗର ର ୫୦ ରୁ ଉର୍ଦ୍ଧ୍ବ ଲେଖାଏଁ ସକ୍ରିୟ କର୍ମକାର୍ତ୍ତାଙ୍କ ଉପସ୍ଥିତିରେ ସଭାପତି ମାନଙ୍କ ନାମ ଘୋଷଣା କରିବା ସହ ସମସ୍ତ ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏବଂ ଆଗାମୀ ଦିନରେ ସଙ୍ଗଠନ ମଜବୁତ୍ କରିବା ପାଇଁ ନୂତନ ଭାବରେ ଖସଡ଼ା ପ୍ରସୂତ କରାଯାଇଛି । ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ବିଜୁ ଜନତା ଦଳ ପହଞ୍ଚି କିପରି ସଙ୍ଗଠନ କୁ ବଜବୂତ କରିବା ସହିତ ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ସହ ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳ ପୁଣି ସଙ୍ଗଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ , ବରିଷ୍ଠ ନେତା ଦୁର୍ଗା ତ୍ରିପାଠୀ , ଡି ଆର ଓ ତଥା ବରିଷ୍ଠ ନେତା ଘନଶ୍ୟାମ ମାଡକାମୀ ,ମହିଳାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ , ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ , ଜିଲ୍ଲାପରିଷଦ ସଭ୍ୟ ହୀରଣ୍ୟ ମୁଦୁଲି ,ମେକା ସରପଞ୍ଚ ରଞ୍ଜିତା ପୂଜାରୀ ,ଜିଲ୍ଲା ପରିଷଦ କୋରକୋଣ୍ଡା ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ,ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ ଖଇରାପୁଟ ,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ମାଥିଲି , ଶମ୍ଭୁ ବାକଚି ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଙ୍କ ସହ ରୁଦ୍ର ପାତ୍ର , ଯୁବ ବିଜେଡି ନେତା ରବି ରାଜେଶ ,ତାପଶ ନାୟକ , ବସନ୍ତ ନାୟକ ,ଗୋପୀ ପାଙ୍ଗି ,ଅନୁପ ମିସ୍ତ୍ରୀ ,ଟୁକୁଳୁ ପ୍ରଧାନ ,ଶରତ ଚନ୍ଦ୍ର ବିଶ୍ୱାଳ ,ସତ୍ୟ ପାଣିଗ୍ରାହୀ ,ଉମା ଶଙ୍କର ସାହୁ ,ସୁଜୟ ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ମାଲକାନଗିରି ଜିଲ୍ଲା ରୁ ଶିବପ୍ରସାଦ ପରଛା ବିଶେଷ ଖବର .