ମ୍ୟାଟ୍ରିକ ପରୀକ୍ଷା ରେ ବୌଦ୍ଧ ଜିଲ୍ଲା ଟପ୍ପର ଶକ୍ତି ପ୍ରଜ୍ଞା ପ୍ରଧାନ ଓ ଓଁମ ପ୍ରକାଶ ସାହୁ ଦ୍ଵିତୀୟ .
ମ୍ୟାଟ୍ରିକ ପରୀକ୍ଷା ରେ ବୌଦ୍ଧ ଜିଲ୍ଲା ଟପ୍ପର ଶକ୍ତି ପ୍ରଜ୍ଞା ପ୍ରଧାନ ଓ ଓଁମ ପ୍ରକାଶ ସାହୁ ଦ୍ଵିତୀୟ
ବୌଦ୍ଧ:୧୪/୫(ନି.ପ୍ର) ମ୍ୟାଟ୍ରିକ ପରୀକ୍ଷା ର ଫଳାଫଳ ଅପେକ୍ଷା ରେ ଥିବା ସବୁ ଛାତ୍ର ଛାତ୍ରୀ ଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଖୁସିର ଖବର ପାଇ ବେଶ ସବୁଠି ଚର୍ଚ୍ଚା ବୌଦ୍ଧ ଜିଲ୍ଲାରେ । ସିବିଏସସି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା ରେ ଜିଲ୍ଲା ଟପ୍ପର ଭାବେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଶକ୍ତି ପ୍ରଜ୍ଞା ପ୍ରଧାନ ୯୮.୨ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜବହାର ନବୋଦୟ ବିଦ୍ୟାଳୟ ଓଁମ ପ୍ରକାଶ ସାହୁ ୯୭.୬୬ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଅଇଁଲାଚୁଆ ଆଦର୍ଶ ବିଦ୍ୟାଳୟ ର ପ୍ରାଞ୍ଜଳ ବସ୍ତିଆ ୯୭.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରି ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଛାତ୍ରଛାତ୍ରୀ ଙ୍କ ସଫଳତା ଖବର ରେ ଉକ୍ତ ବିଦ୍ୟାଳୟରେ ଖୁସିର ଲହର ଦେଖିବାକୁ ମିଳିଥିବା ବେଳେ ସଫଳତା ପାଇଥିବା ଛାତ୍ରଛାତ୍ରୀ ଙ୍କ ପିତା ମାତାଙ୍କ ମନରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ବୌଦ୍ଧ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ୭୪ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ପାସ କରିଛନ୍ତି । ସେଥି ମଧ୍ୟରୁ ୧୭ ଜଣ ପରୀକ୍ଷାର୍ଥୀ ୯୦ % ରୁ ଉର୍ଦ୍ଧ୍ବ ନମ୍ବର ରଖି ପାସ କରିଛନ୍ତି । ସେହିପରି ଦ୍ଵାଦଶ ପରୀକ୍ଷାରେ ୩୪ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୩୩ ଜଣ ପାସ କରିଛନ୍ତି । ଦୁଇ ଜଣ
ପରୀକ୍ଷାର୍ଥୀ ୯୦% ରୁ ଅଧିକ ନମ୍ବର ରଖି ପାସ କରିଛନ୍ତି ।