ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ତାଲିମ ଶିବିର  I

 ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ତାଲିମ ଶିବିର  I

 ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ତାଲିମ ଶିବିର  
ମାଲକାନଗିରି,  ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ  ପ୍ରଶିକ୍ଷଣ : ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ତାଲିମ ଶିବିର  ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ  ପ୍ରୋଗ୍ରାମ ଅଫିସର  ଇନ୍ଦିରା ପ୍ରଧାନ, ପିଓ କମ ପିଓ  ଟି.ଜୟାଲକ୍ଷ୍ମୀ , ଜିଲ୍ଲା ସଞ୍ଜଜକ ମହିଳା ସଶକ୍ତିକରଣ  ମନି ମୋହନ ସରକାର ଉପସ୍ଥିତ ରହି ଜିଲ୍ଲାରେ ଯେପରି କୌଣସି  ମହିଳା ଯୌତୁକ ପ୍ରଥା ପାଇଁ  ପୀଡିତ ନ ହୁଅନ୍ତୁ  ଏବଂ ଜିଲ୍ଲା ରେ ଗାଁ ଗାଁ ରେ ମହିଳା ମାନଙ୍କୁ ସଚେତନ କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ, ସୁପରଭାଇଜର ଓ  ଜ଼ିଲ୍ଲା ର ସମସ୍ତ ମହିଳା ପୋଲିସ ସହାୟକ ଡେସ୍କ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶକ୍ତି ସଦନ କର୍ମଚାରି , ଓଂଷ୍ଟାଫ୍ ର କର୍ମଚାରି, ସ୍ୱୟଂ ସହାୟକ ଗୋଷ୍ଠୀ , ପୂଜକ ଓ ପଣ୍ଡିତ, ଡିଏଲଏସ୍ କର୍ମଚାରୀ ବୃନ୍ଦ , ବିଭିନ୍ନ କଲେଜ୍ ର କର୍ମଚାରି ବୃନ୍ଦ, ଛାତ୍ର ସଂଘ , ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର କର୍ମଚାରି ଉପସ୍ଥିତ ଥିଲେ । ଏହି ଶିବିର ରେ  ଅଶୋକ କୁମାର ପଟ୍ଟନIୟକ (ଚିଫ୍ ଲିଗାଲ ଡିଫେନ୍ସ କାଉନସେଲର) , ଡିଏସପି ମମତା ପାଣିଗ୍ରାହୀ ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧  ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି