ରକ୍ତ ଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ।

ରକ୍ତ ଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ। (ଗଜପତି ରୁ ସୁମନ୍ତ ଘଣ୍ଟ ଙ୍କ ରିପୋର୍ଟ) ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମଗ୍ର ମାନବ ଜାତିର ପାପରୁ ମୁକ୍ତି ଦେବା ପାଇଁ ୨୦୦୦ ବର୍ଷ ପୂର୍ବେ ନିଜର ବହୁମୂଲ୍ୟ ରକ୍ତ ଉତ୍ସର୍ଗ କରିଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ବିଶ୍ଵସ କରନ୍ତି ।ଏଣୁ ଉତ୍ତମ ଶୁକ୍ରବାର (good Friday) ଓ ପୁନରୁତ୍ଥାନ (Esther sunday) ଉପଲକ୍ଷେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ଏହି ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ସକାସୁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ । ଗଜପତି ଜିଲ୍ଲା ଏସପି ଶ୍ରୀ ଯତୀନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ଓ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଶ୍ରୀ ଅଜିତ କୁମାର ନାୟକ , ସମାଜ ସେବୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନ, ସମାଜ ସେବୀ ଶ୍ରୀ ଲାଜର ଲିମା ପ୍ରମୁଖ ଉପାସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ରକ୍ତ ଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ।