ରଜ ପର୍ବ ଅବସରରେ ୧ କ୍ୱିଣ୍ଟାଲ୍ ୮୦ କେଜି ଓଜନର ବିଶାଳ ପୋଡ଼ପିଠା ପ୍ରଦର୍ଶନୀ.

ରଜ ପର୍ବ ଅବସରରେ ୧ କ୍ୱିଣ୍ଟାଲ୍ ୮୦ କେଜି ଓଜନର ବିଶାଳ ପୋଡ଼ପିଠା ପ୍ରଦର୍ଶନୀ.

ରଜ ପର୍ବ ଅବସରରେ ୧ କ୍ୱିଣ୍ଟାଲ୍ ୮୦ କେଜି ଓଜନର ବିଶାଳ ପୋଡ଼ପିଠା ପ୍ରଦର୍ଶନୀ ଭୁବନେଶ୍ୱର, ୧୪ ଜୁନ: ଓଡ଼ିଶାର ପ୍ରମୁଖ ଗଣପର୍ବ ରଜ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପାର୍କିଂ ପରିସରରେ ୧ କ୍ୱିଣ୍ଟାଲ୍ ୮୦ କେଜି ଓଜନର ଏକ ବିଶାଳ ପୋଡ଼ପିଠା ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ ହୋଇଛି। ଓଡ଼ିଆ ପାରମ୍ପରିକ ଖାଦ୍ୟ ଓ ସଂସ୍କୃତିର ସଂରକ୍ଷଣ ତଥା ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିଲା। ରଜ ପର୍ବ ସହ ପୋଡ଼ପିଠାର ଏକ ନିବିଡ଼ ସମ୍ପର୍କ ରହିଛି। ଆଧୁନିକତାର ପ୍ରଭାବରେ ପାରମ୍ପରିକ ଖାଦ୍ୟ ଓ ଲୋକସଂସ୍କୃତି ଧୀରେ ଧୀରେ ଲୋପ ପାଉଥିବା ବେଳେ, ଏହାର ସୁରକ୍ଷା ଓ ନୂତନ ପିଢ଼ି ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ବିଶାଳ ପୋଡ଼ପିଠା ପ୍ରସ୍ତୁତ କରାଯାଇଥିବା ଆୟୋଜକମାନେ କହିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟଙ୍କ ସମେତ ସତ୍ୟଜିତ୍ ରାୟ ଚୌଧୁରୀ, ସ୍ୱରୂପ ମହାନ୍ତି, ଦେବବ୍ରତ ମହାନ୍ତି ଓ ମାନୀ ପଣ୍ଡା ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଶାଳ ପୋଡ଼ପିଠା ପ୍ରଦର୍ଶନୀ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଓଡ଼ିଆ ପରମ୍ପରା ଓ ଖାଦ୍ୟ ସଂସ୍କୃତିକୁ ସଜୀବ ରଖିବା ଦିଗରେ ଏଭଳି ପ୍ରୟାସ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି।