ରାତି ପାହିଲେ ମାଆ ମଙ୍ଗଳା ଙ୍କ ୨୧୦୦ ଘଟ ମେଳନ l

ସଜେଇ ହୋଇଛି ହାଇସ୍କୁଲ ପଡିଆ l

ରାତି ପାହିଲେ ମାଆ ମଙ୍ଗଳା ଙ୍କ ୨୧୦୦ ଘଟ ମେଳନ l

       ନୟାଗଡ ୨୨/୧୦ ଚୈତ୍ର ଓ ଅଶ୍ୱିନ ମାସ ମାଆ ମଙ୍ଗଳା ଙ୍କ ଉତ୍ସବ ଓ ଆରାଧନା ର ମାସ l ଏହି ମାସର ମଙ୍ଗଳ ବାର ରେ ମାଆ ମଙ୍ଗଳା ଙ୍କୁ ଆରାଧନା କଲେ ବ୍ରତ ଧାରି ଙ୍କ ମନକାମନା ପୂର୍ଣ୍ଣ ହେବା ସହ ପରିବାର ର ସର୍ବ ମଙ୍ଗଳ ହୋଇଥାଏ l ଏହି ସମୟରେ ଗ୍ରାମ ମାନଙ୍କରେ ବ୍ରତ ଧାରି ମାନେ ମଙ୍ଗଳା କୋଠି ରେ ଘଟ ବା କଳସୀ ବସାଇ ମାନସିକ ବ୍ରତ ରଖିଥାନ୍ତି l ଘଟ ପୂଜା ଆରାଧନା ର ମୁଖ୍ୟ କାଳେସୀ (ଯାନୀ ) କୋଠି ରେ ପୂଜା ପାଠ କରନ୍ତି l ଆଶ୍ୱିନ ମାସରେ ଗାଁ କୋଠି ରେ ବସାଇଥିବା ମାନସିକ ଧାରି ମାନେ ମୁଣ୍ଡ ରେ ଘଟ ମୁଣ୍ଡାଇ ଢୋଲିଆ ସାଙ୍ଗରେ ଗାଁ କୁ ଗାଁ ବିଜେ କରନ୍ତି l ସ୍ଥଳ ବିଶେଷ ରେ ସ୍ଥାନେ ସ୍ଥାନେ ଏହି କଳସୀ ଘଟ ମେଳନ କରାଯାଇଥାଏ l    

           ଏହି ଅବସରରେ ନୟାଗଡ଼ ବ୍ଲକ ନବଘପୁର ଗ୍ରାମ ହାଇସ୍କୁଲ ପଡିଆ ରେ ଜଣେ ଯୁବ ସମାଜ ସେବୀ କବିରାଜ ସାହୁ ଙ୍କ ଉଦ୍ୟମ ରେ ୨୧୦୦ ଘଟ ମେଳନ ପର୍ବ ୨୩ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି l ସେ ଜଣେ ପ୍ରମୁଖ ଦେବୀ ଭକ୍ତ ଭାବେ ଜଣା ଶୁଣା l ନୟାଗଡ଼ ଜିଲ୍ଲା ର ୩ଟି ବ୍ଲକ ନୟାଗଡ, ଓଡଗାଁ, ନୂଆଗାଁ ଇତ୍ୟାଦି ବ୍ଲକର ୬୦ଟି ଗ୍ରାମ ର ୨୧୦୦ଘଟ କଳସ ଙ୍କର ଅଲୌକିକ ମେଳନ ହେବାକୁ ଯାଉଛି l ଏଥି ପାଇଁ ମାନସିକ ଧାରି ଘଟୁଆ ଓ କାଳେସି ସମେତ ଅନ୍ତତଃ ୧୫୦୦୦ ଭକ୍ତ ଙ୍କ ସମାଗମ ହେବ ବୋଲି ଜଣା ପଡିଛି l ପୂଜା ସ୍ଥଳ ପାଇଁ ବ୍ୟାରିକେଟ ଓ ତୋରଣ ସୁସଜ୍ଜିତ ହେବା ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି l ଏଥି ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ର ବନ୍ଦୋବସ୍ତ ଓ ସୁପରିଚାଳନା କୁ ଆଖି ଆଗରେ ରଖି ଗ୍ରାମବାସୀ ଓ ପୋଲିସ ପ୍ରଶାସନ ର ସହଯୋଗ ଲୋଡ଼ା ଯାଇଛି l ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨୨ ଓ ୨୩ ତାରିଖ ରାତ୍ର ସମୟରେ ମହିଳା ରାମ ନାଟକ କରାଯିବା ର ବ୍ୟବସ୍ଥା କରାଯାଇଛି ଓ ସର୍ବୋପରି ଅଞ୍ଚଳବାସୀ ସାହାଯ୍ୟ ସହଯୋଗ ର ହାତ ବଢ଼ାଇବାକୁ ମୁଖ୍ୟ ଉଦ୍ୟୋକ୍ତା ସମାଜସେବୀ କବିରାଜ ସାହୁ ନିବେଦନ କରିଛନ୍ତି l

ଆଶୋକ କୁମାର ସାଥୁଆ,ଜିଲ୍ଲା ପ୍ରତିନିଧି ନୟାଗଡ଼।