ପଟ୍ଟାମୁଣ୍ଡାଇ ପୌରପାଳିକା ଅଧ୍ୟକ୍ଷ ଓ ଅଧିକାରୀ ଙ୍କ ଅସହଯୋଗ ଫଳ ରେ ଶୌଚାଳୟ ରେ ପଡ଼ିଛି ତାଲା।
ଜନସାଧାରଣ ଙ୍କ କାମ ରେ ଆସୁନି ଶୌଚାଳୟ ପାଣି ରେ ପଡ଼ିଲା କୋଟି କୋଟି ଟଙ୍କା। ଇକୋ-ଟଏଲେଟ , ଗୋଷ୍ଠୀ ଶୌଚାଳୟରୁ ଫିଟୁନି ତାଲା ।
ପଟ୍ଟାମୁଣ୍ଡାଇ ପୌରପାଳିକା ଅଧ୍ୟକ୍ଷ ଓ ଅଧିକାରୀ ଙ୍କ ଅସହଯୋଗ ଫଳ ରେ ଶୌଚାଳୟ ରେ ପଡିଛି ତାଲା.
ପଟ୍ଟାମୁଣ୍ଡାଇ ୨୧/୫ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ସ୍ୱଚ୍ଛ ଭାରତ ମିସନ ଏକ ପ୍ରକାର ବଡବଣା ହୋଇ ପଡିଛି । ସହରର ସ୍ୱଛତା ପାଇଁ ଯେଉଁ ଶୌଚାଳୟ ନିର୍ମାଣ ହୋଇଛି ସେଥିରେ ତାଲା ଝୁଲୁଛି । କେଉଁଠି ବୁଲା କୁକୁରଙ୍କ ଶୋଇବା ସ୍ଥାନ ପାଲଟିଛି ତ ଆଉ କେଉଁଠି ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯେତକ ଶୌଚାଳୟ ଅଛି ଅଳିଆ ଆବର୍ଜନାରେ ଭର୍ତି ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଠି କରୁଛି। ଏଭଳି ସ୍ଥିତିରେ ଲୋକେ ଶୌଚ ପାଇଁ ରାସ୍ତାକଡ଼ ଓ କାନ୍ଥବାଡ଼କୁ ଭରସା କରିଛନ୍ତି । ଶୌଚାଳୟ ଥାଇ ବି ନଥିଲା ଭଳି ଲାଗୁଛି। ସହରକୁ ଏମିତି ଅବସ୍ଥାକୁ ଦେଖିଲେ ଏଠାରେ ସ୍ୱଚ୍ଛ ଭାରତ ମିଶନ କେତେ କାର୍ଯ୍ୟକାରୀ ହେଉଛି ତାହା ସହଜରେ ଅନୁମେୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କ୍ଷେତ୍ର ଓ ବାଣିଜ୍ୟ କେନ୍ଦ୍ର ଭାବେ ପଟ୍ଟାମୁଣ୍ଡାଇ ପରିଚିତ। ଏଠାକୁ ଦୈନିକ ହଜାର ହଜାର ଲୋକେ ଆସୁଥିବା ବେଳେ ଶୌଚ ଯିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ସରକାରୀ ଅର୍ଥ ବ୍ୟୟବରାଦ କରାଯାଇ ୨୦ଟି ୱାର୍ଡର ସବୁ ଛକରେ ନିର୍ମାଣ ହୋଇଥିଲା ଗୋଷ୍ଠୀ ଶୌଚାଳୟ। ଏହି ଶୌଚାଳୟ ନିର୍ମାଣ ପାଇଁ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୬ ଲକ୍ଷ ଯାଏ ଖର୍ଚ୍ଚ ହୋଇ ପ୍ରାୟ୨ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି । ହେଲେ ଦୀର୍ଘଦିନ ବିତି ଯାଇଥିଲେ ବି କୌଣସି ଶୌଚାଳୟ କାର୍ଯ୍ୟକାରୀ ହୋଇପାରିନି। ପଟ୍ଟାମୁଣ୍ଡାଇ ସହରରେ ମ୍ୟୁନିସିପାଲିଟି ଅଫିସ, ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଥାନା, ୪ଟି ନ୍ୟାୟାଳୟ, ୩୦ରୁ ଊର୍ଦ୍ଧବ ସରକାରୀ କାର୍ଯ୍ୟାଳୟ, ୧୦ରୁ ଊର୍ଦ୍ଧବ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ କାର୍ଯ୍ୟ କରୁଛି। ବିଭିନ୍ନ କାମରେ ଦୈନିକ ହଜାରରୁ ଊର୍ଦ୍ଧବ ଲୋକ ଏଠାକୁ ଆସିଥାନ୍ତି। ସେହିପରି ମିଶନ ଶକ୍ତି କାମରେ ବହୁ ମହିଳା ମଧ୍ୟ ଆସିଥାନ୍ତି। ମାତ୍ର ଶୌଚ କାର୍ଯ୍ୟ କରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ବାର ପଟ୍ଟାମୁଣ୍ଡାଇ ପୌରପାଳିକା ର ସଚେତନ ଜନସାଧାରଣ ଅଭିଯୋଗ କଲେ ମଧ୍ୟ ଅଧ୍ୟକ୍ଷ ଓ ଅଫିସର ମିଛ କଥା କୁହନ୍ତି।ସବୁ ବେଳେ କୁହନ୍ତି ଖୁବ୍ ଶୀଘ୍ର ଶୌଚାଲୟ ଖୋଲିଯିବ।କିନ୍ତୁ ବାସ୍ତବ ରେ ବହୁ ଦିନ ଧରି ଶୌଚାଲୟ ତାଲା ପଡ଼ିବାରୁ ପଟ୍ଟାମୁଣ୍ଡାଇ ଜନସାଧାରଣ ନାହିଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଶୌଚାଳୟ ଉଦ୍ଘାଟନ ହେବା ଦିନରୁ କାର୍ଯ୍ୟକ୍ଷମ ହୋଇ ନ ପାରି ତାଲା ପକା ଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ୨୦୨୧ ମସିହାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ୧କୋଟି ୫୧ ଲକ୍ଷ ୨୦ହଜାର ଟଙ୍କା ମଞ୍ଜୁର କରାଯାଇ, ଇକୋ-ଟଏଲେଟ ନିର୍ମାଣ କରାଯାଇଛି। ଏତେ ଟଙ୍କା ଖର୍ଚ୍ଚରେ ନିର୍ମିତ ଶୌଚାଳୟ କର୍ଯ୍ୟକ୍ଷମ ନ ହୋଇ ପଡିରହିଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ମହିଳାପୁରୁଷ, ଛୋଟ ପିଲା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହୋଇପାରୁନାହିଁ ଏବଂ ଲୋକମାନେ ଶୌଚାଳୟ ବଦଳରେ ମୁକ୍ତ ଆକାଶ ତଳେ ଶୌଚ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି ପୌର କର୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟବାସୀ ଏବଂ ବ୍ୟବସାୟୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କୁ ପଚାରିବାରୁ କମଦିନ ଭିତରେ ସର୍ବସାଧାରଣ ଓ ଗୋଷ୍ଠୀ ଶୌଚାଳୟ, କର୍ଯ୍ୟକ୍ଷମ ହୋଇଯିବ। ଶୌଚାଲୟ କାର୍ଯ୍ୟକାରୀ ନ ହେବାରୁ ପଟ୍ଟାମୁଣ୍ଡାଇ ପୌରପାଳିକା ର କୋଟି କୋଟି ଟଙ୍କା ପାଣି ରେ ପଡ଼ିଛି ଏହି ଘଟଣା ପାଇଁ ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ମନ୍ ରେବ ଦୁଃଖ ଦେଇଛି ପୌରପାଳିକା।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
