ରାୟଗଡ଼- ଜି ସି ଡି ହାଇସ୍କୁଲ ପଡିଆରେ ଖେଳ।
ରାୟଗଡ଼ ୧୪/୫ ସି ଏମ୍ ଟ୍ରଫି ୨୦୨୬ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ, ଲକ୍ଷ୍ୟ ଏକ ପଡ଼ିଆରୁ ପୋଡ଼ିୟମ ଅନ୍ତଃ ଜିଲ୍ଲା - ଫୁଟବଲ, ଖୋ-ଖୋ, କବାଡି ଏବଂ ଭଲିବଲ ଚାମ୍ପିୟନ୍ ସିପ୍ -୨୦୨୬, ଆୟୋଜକ ଜିଲ୍ଲା ପ୍ରଶାସନ ରାୟଗଡ଼ା କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର
ତାରିଖ-୧୪/୦୫/୨୦୨୬ରୁ୨୦/୦୫/୨୦୨୬, ସ୍ଥାନ: ପିଏମ୍ ଶ୍ରୀ ଜି ସି ଡି ହାଇସ୍କୁଲ ପଡିଆ, ରାୟଗଡ଼ ଠାରେ ଉଦ୍ ଘାଟିତ ହୋଇଯାଇଛି।
ଏଥିରେ ରାୟଗଡ଼ ବିଧାୟକ ଶ୍ରୀ ଯୁକ୍ତ କାଡ୍ରାକା ଆପଲ ସ୍ୱାମୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, ସମ୍ମାନିତ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ମଞ୍ଜୁଳା ମିନି ଆକା, ମୁଖ୍ୟ ବକ୍ତାରୁପେ ରାୟଗଡ଼ ଅତିରିକ୍ତ ଜିଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଏଡ୍ ଭୋକେଟ ଏକ୍ସ ଫୁଟବଲ ସମ୍ପାଦକଗୁରୁ ଶ୍ରୀଚକ୍ରଧର ପଟ୍ଟନାୟକ ଯୋଗଦାନ କରି, ପ୍ରତି ଯୋଗୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଶେଖ୍ ଆଲେନୁ ଅଭିଭାଷଣ ପ୍ରଦାନ କରିଥିବା ବେଳେ, ଇନ୍ ଚାର୍ଜ ଜିଲ୍ଲା ସୂଚନା ଓ ଲୋସମ୍ପର୍କ ଅଧି କାରୀ ଶ୍ରୀ ଧନଞ୍ଜୟ ବେହେରା ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ।
ଶେଷରେ ବିଧାୟକ ଖେଳ ପଡ଼ିଆକୁ ଯାଇ ଫୁଟବଲ, ଖୋ ଖୋ, କବାଡି, ଏବଂ ଭଳି ବଲ୍ ଖେଳ, ଫିତା କାଟି ଖେଳ ଆରମ୍ଭ କରି ଥିଲେ। ଏହି ଖେଳରେ ଜିଲ୍ଲାର ସମସ୍ତ ପି ଇ ଟି ମାନେ ଯୋଗଦାନ କରିଥିଲେ।
ରାୟଗଡା ଜିଲ୍ଲା ପ୍ରତିନଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
