ରିଲସ ନିଶା ଯୁବକକୁ କରିଥିଲା ପାଗଳ ,୭୦୦ଫୁଟ ଉଚ୍ଚ ପାହାଡ ଉପରେ ଅନ୍ଧାରରେ ସାତ ଘଣ୍ଟା ଧରି ଫସି ରହିଲେ ଛାତ୍ର , ରୀସ୍କ୍ୟୁ ଟିମ କଲେ ଉଦ୍ଧାର ।
ନୟାଗଡ ୦୮।୦୯ ଆଜିକାଲିର ଯୁବପୀଢ଼ିଙ୍କୁ ଘାରିଛି ରିଲସ ନିଶା, ସେଥିପାଇଁ ଅନେକଙ୍କ ଜୀବନ ମଧ୍ୟ ଚାଲି ଯାଉଛି । ।ତଥାପି ମଧ୍ୟ ସଚେତନ ହେଉନାହାନ୍ତି, ।ସୂଚନା ଅନୁଯାଇ ନୟାଗଡ ଟାଉନ ଥାନା ଅଧୀନ କଇଥ ଗାଡ଼ିଆ ଗ୍ରାମର ଅକ୍ଷୟ ଦୋରାଙ୍କ ପୁଅ ଆଦିତ୍ୟ ଦୋରା ଯୁକ୍ତତିନି ବର୍ଷ ର ଛାତ୍ର, ସେ ନୟାଗଡ ଘରୋଇ କୋଚିଙ୍ଗ ବିକାଶ ଟିଉଟୋରିଆଲ ରେ ରହି ପଢୁଛନ୍ତି ।ସେ +୩ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ର ।
ରିଲସ କରିବା ପାଇଁ ନୟାଗଡ ଟାଉନ ଅଧୀନ ରୁକ୍ଷି ପାହାଡ଼କୁ ବୁଲିବାକୁ ଯାଇ ପାହାଡ଼ ଉପରେ ରାସ୍ତା ହରାଇ ସନ୍ଧ୍ୟା ହେବାରୁ ଅନ୍ଧାର ରେ ୭୦୦ଫୁଟ ଉଚ୍ଚତା।ରେ ଫଶି ରହିଥିଲେ ।ପ।ଖରେ ଥିବା ମୋବାଇଲ ରେ ୬୦ ପ୍ରତିଶତ ବ୍ୟାକପ ଥିଲେ ହେଁ ନେଟୱର୍କ ର ତ୍ରୁଟି ଯୋଗୁ କାହାକୁ ଜଣାଇ ପ।ରୁ ନଥିଲେ ।
ଏପଟେ ଘନାଆନ୍ଧକ।ରରେ ବିଶାଳ ବୃକ୍ଷରାଜିସଂ।ଗକୁ ସରିସ୍ରୁପ,ବିଷଧର ସର୍ପା ଓ ହିଂସ୍ର ଜନ୍ତୁଙ୍କ ଉପସ୍ଥିତି କୁ ଆଶଙ୍କା କରି ଛାତ୍ର ଜଣକ ଅଧିକ ଭୟଭୀତ ହୋଇ ପଡ଼ିଥିଲେ । ପାହାଡରେ ତଳୁ ଉପର ,ଉପର ତଳ ଇତସ୍ତତଃ ହୋଇ କୌଣସି ସ୍ଥାନରେ ଫୋନ୍ ନେଟ ୱାର୍କ କ।ମକରିବ।ପରେ ବଡ଼ ଭାଇ ଖବର ପାଇ ନିକଟସ୍ଥ ଟାଉନ ଥାନା ରେ ପୁଲିସକୁ ଜଣାଇ ଅଗ୍ନିଶମ ବିଭାଗ ,ପୁଲିସ ଓ ବନ ବିଭାଗର କର୍ମଚାରୀମାନେ ଆବଶ୍ୟକ ସରଞ୍ଜାମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାରକାରୀ ଦଳକୁ ଛାତ୍ରଙ୍କ ନିକଟରେ ପହଞ୍ଚିବା ପାଇଁ ବେଶ୍ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ସାଢେ଼ ତିନି ଘଣ୍ଟା ସମୟ ଧରି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଚାଲିବା ପରେ ଶେଷରେ ଛାତ୍ରଙ୍କୁ ଠାବ କରାଯାଇଥିଲା।
ପରେ ଉଦ୍ଧାରକାରୀ ଦଳ ସତର୍କତାର ସହ ଛାତ୍ରଙ୍କୁ ପାହାଡ଼ ତଳକୁ ଆଣିଥିଲେ। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ପରିବାର ଓ ସାଥୀମାନେ ଆଶ୍ୱସ୍ତ ହୋଇଥିଲେ। ପୁଲିସ, ଅଗ୍ନିଶମ ଓ ବନ ବିଭାଗର ମିଳିତ ଉଦ୍ୟମ ଯୋଗୁଁ ଛାତ୍ରଜଣକ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଥିଲେ।
ଅଶୋକ କୁମାର ସାଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
